ପୁଲିସ ବେଶରେ ଆସି ମହିଳାଙ୍କ ଘରୁ ଚୋରି

0

ବରଗଡ଼: ବରଗଡ ନିକଟସ୍ଥ ଜମୁର୍ଡା ଗ୍ରାମର ମହିଳା ଚାଷୀଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମହିଳା ଚାଷୀ ରାମବାଇ ଦାସ ଓ ତାଙ୍କ ଝିଅ ଘରେ ଶୋଇଥିବା ସମୟରେ ରାତି ପ୍ରାୟ ୧୨.୩୦ ସମୟରେ କେତେଜଣ ମୁଖାପିନ୍ଧା ବ୍ୟକ୍ତି ଆସି ପ୍ରଥମେ ପୁଲିସର ପରିଚୟ ଦେଇ ତାଙ୍କୁ ଧମକଚମକ ଦେଇଥିଲେ । ପରେ ଘରେ ଥିବା ଆଠ ହଜାରରୁ ଅଧିକ ଟଙ୍କା, ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଜିନିଷପତ୍ର ନେଇ ଫେରାର ହୋଇଯାଇଥିଲେ। ରାମବାଇ ଜଣେ ସଫଳ ମହିଳା ଚାଷୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି। ଘଟଣା ପରେ ବରଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply