ଚୋରା ଗାଡିକୁ ଗଛରେ ପିଟି ଖସି ପଳାଇଲା ଚୋର

ଠାକୁରମୁଣ୍ଡା: ଚୋରା ଗାଡିକୁ ଗଛରେ ପିଟି ଖସି ପଳାଇବାରେ ସଫଳ ହୋଇଛି ଚୋର। ଏକ ପିକଅପ୍ ଭ୍ୟାନକୁ ଚୋରି କରି ନେଇ ପୁଲିସକୁ ଚକମା ଦେଇ ଖସି ପଳାଉଥିବା ବେଳେ ରାସ୍ତା କଡ଼ରେ ଥିବା ଏକ ଗଛରେ ଧକ୍କା ଦେଇଥିଲା। ପରେ ଗାଡିରୁ ଡେଇଁ ଖସି ପଳାଇ ଯାଇଛି ଚୋର।

ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଷଡଙ୍ଗୀ ପେଟ୍ରୋଲ ପମ୍ପ ମାଲିକଙ୍କ ପିକଅପ୍ ଭ୍ୟାନ ଘର ସମ୍ମୁଖରେ ଥୁଆ ହୋଇଥିଲା। ଶନିବାର ବିଳମ୍ବିତ ରାତିରେ ଘର ସମ୍ମୁଖରୁ ପିକ୍ଅପ୍ ଭ୍ୟାନକୁ ଚୋରି କରି ଚୋର ଆନନ୍ଦପୁର-ଠାକୁରମୁଣ୍ଡା ମୁଖ୍ୟ ରାସ୍ତା ଦେଇ ଯାଉଥିଲା। ଗାଡି ଚୋରୀ ସମ୍ପର୍କରେ ଠାକୁରମୁଣ୍ଡା ପୁଲିସ ସୂଚନା ପାଇ ବଜାର ନିକଟରେ ଜଗି ରହିଥିଲେ। କିନ୍ତୁ ଦୂରରୁ ଚୋର ପୁଲିସକୁ ଗାଡିକୁ ପଛକୁ ବୁଲାଈ ଦ୍ରୁତଗତିରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଠାକୁରମୁଣ୍ଡା ଠାରୁ ୨କିମି ଦୂର ଜୁଡାମ୍ବ ନିକଟରେ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ପରେ ଗାଡିରୁ ଡେଇଁ ନିକଟସ୍ଥ ଜଙ୍ଗଲ ଭିତରକୁ ଫେରାର ହୋଇ ଯାଇଥିଲା। ପୁଲିସ ଚୋରକୁ ଖୋଜିଥିଲେ ମଧ୍ୟ ତାର ସନ୍ଧାନ ପାଇ ପାରିନଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡିକୁ ପୁଲିସ ଉଦ୍ଧାର କାରି ଥାନାରେ ରଖିଛି।

Comments are closed.