ମାଛ ବେପାରୀଙ୍କଠାରୁ ୧.୬ ଲକ୍ଷ ଟଙ୍କା ଲୁଟ୍

0

ଅନୁଗୁଳ: ଅନୁଗୁଳ ସହରରେ ଆଜି ଜଣେ ମାଛ ବେପାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି। ସ୍ଥାନୀୟ ରାଜକିଶୋର ପଡାର ଯୋଗେନ୍ଦ୍ର ବେହେରା ନାମକ ସମ୍ପୃକ୍ତ ମାଛ ବେପାରୀ ଅମଲାପଡ଼ାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଏକ ଲକ୍ଷ୍ ଷାଠିଏ ହଜାର ଟଙ୍କା ଉଠାଇ ବାଇକରେ ଘରକୁ ଯାଉଥିଲେ। ହଠାତ୍ ଦୁଇଟି ବାଇକରେ ଚାରି ଜଣ ଆସି ଯୋଗେନ୍ଦ୍ରଙ୍କୁ ଭୁଜାଲି ଦେଖାଇ ଭୟଭୀତ କରାଇ ଟଙ୍କା ଲୁଟି ନେବା ସହ ବାଇକ ଚାବି ଛଡାଇ ନେଇ ପଳାଇଥିଲେ। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟିଆଙ୍କ ସୁରାକ ପାଇ ପାରିନାହିଁ।

Leave A Reply