ଖଣି ଅଞ୍ଚଳରେ ଆଜବେଷ୍ଟସ୍‌ ଭଙ୍ଗା ଚୋର ଆତଙ୍କ

0

ବଲାଣି: କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳ ବଲାଣିରେ ଆଜବେଷ୍ଟସ୍‌ ଭଙ୍ଗା ଚୋର ଆତଙ୍କ ହଇଚୟୀ ସୃଷ୍ଟି କରିଛି । କ୍ରମାଗତ ଦଶ ଦିନ ଭିତରେ ଆଜବେଷ୍ଟସ୍‌ ଭାଙ୍ଗି ଦୋକାନରୁ ଚୋରି କରିବାର ଦୁଇଟି ମାମଲା ନଜରକୁ ଆସିଛି । ବଲାଣି ଟାଉନସିପ ସ୍ଥିତ ବସ ଷ୍ଟାଣ୍ଡରେ ଥିବା ଏକ ଦୋକାନରୁ ଗତ ବିଳମ୍ବିତ ରାତିରେ ଆଜବେଷ୍ଟସ୍‌ ଭାଙ୍ଗି ଚୋରି ଉଦ୍ୟମ ହୋଇଛି । ଏ ନେଇ ଦୋକାନର ମାଲିକ ସୁନୀଲ କୁମାର ସାହୁ ବଲାଣି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ ତାଙ୍କ ଦୋକାନରୁ ସେପରି କିଛି ମୂଲ୍ୟବାନ ଜିନିଷ ଚୋରି ହୋଇ ନଥିବା ବେଳେ ନଗଦ ୫ହଜାର ଟଙ୍କା ଚୋରି ହୋଇଥିବାର ଅଭିଯୋଗ ହୋଇଛି । ତେବେ ବସ ଷ୍ଟାଣ୍ଡ ଭିତରେ ରାତିରେ ଅନେକ ବସ ରହୁଥିବା ବେଳେ ଦୁର୍ବୃତ୍ତ କିପରି ଆଜବେଷ୍ଟସ୍‌ ଭାଙ୍ଗି ଚୋରି କରିବାରେ ସକ୍ଷମ ହେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଥାନା ପକ୍ଷରୁ ପୁଲିସ କର୍ମୀ ମୃତୟନ ହୋଇଥିବା ବେଳେ ବସ ଷ୍ଟାଣ୍ଡରେ ମଧ୍ୟ ପୁଲିସ କର୍ମୀ ମୁତୟନ ହୋଇଛନ୍ତି । ତେବେ ପୁଲିସ କର୍ମୀଙ୍କ ଉପସ୍ଥିତିରେ ଚୋରି ଉଦ୍ୟମ ହୋଇଥିବା ଯୋଗୁଁ ସେଠାରେ ମୁତୟନ ଥିବା ପୁଲିସ କର୍ମୀଙ୍କ କାର୍ୟ୍ୟ ସମ୍ପାଦନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଦଶ ଦିନ ପୁର୍ବରୁ ବଲାଣି ବିଷ୍ଣୁ ମନ୍ଦିର ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ତେଜରାତି ଦୋକାନରୁ ଠିକ ଏହି ପରି ଢଙ୍ଗରେ ଅଜବେଷ୍ଟସ ଭାଙ୍ଗି ଚୋରି ଉଦ୍ୟମର ଅଭିଯୋଗ ହୋଇଥିଲା । ତେବେ ରାତି ପେଟ୍ରୋଲିଂ କରୁଥିବା କିଛି ଅସାଧୁ ଓ ମଦୁଆ ପୁଲିସ କର୍ମୀ ଠିକ ଭାବରେ ନିଜର ଦାୟିତ୍ୱ ନିର୍ବାହ କରୁ ନଥିବା ଯୋଗୁଁ ବାରମ୍ବାର ଖଣି ଅଞ୍ଚଳରେ ଚୋରି ଭଳି ଅପରାଧିକ ମାମଲା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଏ ନେଇ ବଲାଣି ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ଏହି ଚୋରିରେ ସମ୍ପୃକ୍ତ ଦୁବୃର୍ତ୍ତକୁ ଖୁବ୍ ଶୀଘ୍ର ଧାରାଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply