ବିଦ୍ୟୁତ୍ ତାର ଚୋରି ମାମଲାରେ ୪ ଗିରଫ

ବସ୍ତା: ବାଲେଶ୍ବର ଜିଲାର ଲଙ୍ଗଲେଶ୍ବରର ଏକ କବାଡ଼ିଆ ଗୋଦାମରୁ ସାଢ଼େ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ବିଦ୍ୟୁତ ତାର ଏବଂ ସ୍କୋରପିଓ ଗାଡି ଜବତ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସେକ ଉସମାନ, ନିଗମାନନ୍ଦ ବେହେରା, ବାପୁନ ବିନ୍ଧାଣି, ସୁନୀଲ ହେମ୍ବ୍ରମ । ଏନେଇ ବସ୍ତା ଏସ୍ଡିପିଓ ରଣଜିତ କୁମାର ପୃଷ୍ଟି ଏବଂ ଆଇଆଇସି ଧନେଶ୍ୱର ସାହୁଙ୍କ ଶନିବାର ବସ୍ତା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦେଇଛନ୍ତି । ଆଜି ସେମାନଙ୍କୁ କୋର୍ଟ ଚାଲଣ କରାଯିବ ।

Comments are closed.