ପୁରୀ ଶ୍ରୀମନ୍ଦିର ପରିସରରୁ ଚୋରି ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ପରିସରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରା ନିକଟ ରାମ ମନ୍ଦିରର ଦାନବାକ୍ସରୁ ଚୋରି ହୋଇଥିବା ଜଣାପଡିଛି। ଦୁର୍ବୃତ୍ତ ମନ୍ଦିରର ଦାନବାକ୍ସ ଭାଙ୍ଗି ଟଙ୍କା ନେଇ ପଳାଇଛି। ଘଟଣାସ୍ଥଳରେ ସିଂହଦ୍ବାର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦାନବାକ୍ସରୁ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ।

Comments are closed.