ଦୋକାନ ସଟର ତାଡି ଚୋରି ଅଭିଯୋଗ

0

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜୟପୁର ଗ୍ରାମ୍ୟଛକ ଠାରେ ଥିବା ନାଗେଶ୍ୱରୀ କମ୍ୟୁନିକେସନ ନାମକ ମୋବାଇଲ ଦୋକାନର ଲୁହା ସଟରକୁ ତାଡି ଦୋକାନ ମଧ୍ୟରୁ କେତେକ ମୋବାଇଲ ଓ ଟଙ୍କା ଚୋରି ହୋଇଥିବା ନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଛି ।
ଜୟପୁର ଗ୍ରାମ୍ୟ ଛକ ଠାରେ ଥିବା ଚିତ୍ତରଞ୍ଜନ ମହାରଣାଙ୍କ ମୋବାଇଲ୍‍ ଦୋକାନରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚିତ୍ତରଞ୍ଜନ ଗୁରୁତର ଭାବେ ବ୍ରେନ୍‍ ଷ୍ଟ୍ରୋକ୍‍ରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସାଧିନ ଥିବା ବେଳେ ତାଙ୍କ ଦୋକାନଟି ଦୀର୍ଘଦିନ ହେବ ବନ୍ଦ ରହିଛି । ଗତକାଲି ରାତିରେ କେହି ଦୁର୍ବୁତ୍ତ ତାଙ୍କ ଦୋକାନର ଲୁହା ସଟରକୁ ତାଡି ଦୋକାନ ମଧ୍ୟରୁ ୫ଟି ମୋବାଇଲ୍‍ ଓ ଟଙ୍କା ଚୋରି କରି ନେଇଥିବା ସଂପର୍କରେ ତାଙ୍କ ଭାଇ ମନୋରଞ୍ଜନ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Leave A Reply