ମୁକ୍ତିଲାଭ କଲା ‘ଦି ସ୍କାଇ ଇଜ୍‍ ପିଙ୍କ୍‍’ର ଟ୍ରେଲର

0

ମୁମ୍ବଇ : ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖତରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦି ସ୍କାଇ ଇଜ୍‍ ପିଙ୍କ୍‍’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ସୋନାଲୀ ବୋଷଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରିୟଙ୍କା ପ୍ରାୟ ୩ ବର୍ଷ ପରେ ବଲିଉଡ଼କୁ ଫେରିଛନ୍ତି। ଏହି ଚଳଚ୍ଚିତ୍ର ପ୍ରେରଣାଦାୟୀ ବକ୍ତା ଆୟଶା ଚୌଧୁରୀଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଫରହାନ ଓ ପ୍ରିିୟଙ୍କାଙ୍କ ବ୍ୟତୀତ ଜାୟରା ୱାସୀମ ଓ ରୋହିତ ଶରଫ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
୩ ମିନିଟ୍‍ ୯ ସେକେଣ୍ଡର ଏହି ଟ୍ରେଲରରେ ରୋମାନ୍ସ, ଇମୋଶନ୍‍ ଓ ପାରିବାରିକ ପ୍ରେମର ମିଶ୍ରଣ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ପ୍ରିୟଙ୍କା ଓ ଫରହାନ୍‍ ପତି-ପତ୍ନୀ ଭୂମିକାରେ ଅଭିନୟ କରିଥିବା ବେଳେ ଜାୟରା ତାଙ୍କ ଝିଅ ସାଜିଛନ୍ତି। ଟ୍ରେଲର ଦେଖି ଜଣାପଡ଼ୁଛି ‘ଦି ସ୍କାଇ ଇଜ୍‍ ପିଙ୍କ୍‍’କୁ ଲୋକେ ବହୁତ ପସନ୍ଦ କରିବା ସହ ଏହାର କାହାଣୀକୁ ବହୁତ ଦିନ ପର୍ଯ୍ୟନ୍ତ ମନେ ରଖିବେ। ଚଳିତ ବର୍ଷ ୧୧ ଅକ୍ଟୋବରରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ।

Leave A Reply