ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ‘ଦ ଲିଷ୍ଟ ଅଫ୍ ଦିଜ୍’

0

ମୁମ୍ବଇ : ବଲିଉଡ୍ କଳାକାର ସରମାନ୍ ଯୋଶୀ ଅଭିନୀତ ହଲିଉଡ ଚଳଚ୍ଚିତ୍ର ‘ଦ ଲିଷ୍ଟ ଅଫ୍ ଦିଜ୍ ଚଳିତ ମାସ ୨୯ ରେ ମୁକ୍ତିଲାଭ କରିବ। ବହୁ ଚର୍ଚ୍ଚିତ ଖ୍ରୀଷ୍ଟିଆନ୍ ମିସନାରୀ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ହୋଇଛି ଏହି ଚଳଚ୍ଚିତ୍ର। ପୂର୍ବରୁ ଚଳଚ୍ଚିତ୍ରର ଟ୍ରେଲର୍ ମୁକ୍ତିଲାଭ କରିଥିବା ବେଳେ ଏବେ ଚଳଚ୍ଚିତ୍ରର ଆଉ ଏକ ପୋଷ୍ଟର ମୁକ୍ତିଲାଭ କରିଛି। ଏହି ପୋଷ୍ଟରରେ ସର୍ମନ ଯୋଶୀ ନଜର ଆସିଛନ୍ତି। ଏହା ସରମନଙ୍କର ପ୍ରଥମ ହଲିଉଡ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳିଛନ୍ତି ଭାରତୀୟ ନିର୍ଦ୍ଦେଶକ ଅନୀଶ ଡାନିଏ। ଏହି ଚଳଚ୍ଚିତ୍ରରେ ଅନ୍ୟ ଭୂମିକାରେ ଓଲିଉଡ୍ ଅଭିନେତା ମନୋଜ ମିଶ୍ର ଓ ପ୍ରକାଶ ବେଲାୱାଡ଼ିଙ୍କୁ ଦେଖିବାକୁ ମିଳିବ। ବଲିଉଡ ଅଭିନେତା ର୍ସମାନ ଯୋଶୀଙ୍କୁ ଏଥିରେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ।

Leave A Reply