ଟିଜିପିଏ ମିସ୍‍ ଇଣ୍ଡିଆରେ ଓଡ଼ିଆ ଝିଅ ଶୁଭଶ୍ରୀ

0

କଟକ : ମୁମ୍ବଇର ଦ ଗ୍ରେଟ ପାଗେଣ୍ଟ କମ୍ୟୁନିଟି(ଟିଜିପିଏ) ଆୟୋଜିତ ମିସ ଇଣ୍ଡିଆ ପ୍ରତିଯୋଗିତାରେ ପଞ୍ଚମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଏହି ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶୁଭଶ୍ରୀ ପଟ୍ଟନାୟକ ମନୋନୀତ ହୋଇଛନ୍ତି। ୭୦୦ ପଞ୍ଜିକୃତ ସୁନ୍ଦରୀ ମାନଙ୍କ ମଧ୍ୟରୁ ଶୁଭଶ୍ରୀ ଶ୍ରେଷ୍ଠ ୨୨ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଓଡ଼ିଆ ଝିଅ ଶୁଭଶ୍ରୀ ମୁମ୍ବଇର ଆମିଟି ବିଶ୍ୱବିଦ୍ୟାଳୟର ଟିଭି ଏବଂ ଚଳଚ୍ଚିତ୍ର ପ୍ରଡକସନ ବିଭାଗରେ ଅଧ୍ୟୟନ କରୁଛନ୍ତି। ଫ୍ୟାସନ, ସୁନ୍ଦରୀ ପ୍ରତିଯୋଗିତା ଆଦିରେ ଅଂଶଗ୍ରହଣ କରିବା ତାଙ୍କର ରୂଚି ରହିଛି।
ସୂଚନାଯୋଗ୍ୟ ଯେ, ଟିଜିପିଏ ସୁନ୍ଦରୀ ପ୍ରତିଯୋଗିତା ଏକ ଅନଲାଇନ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଅନଲାଇନ ଦ୍ୱାରା ଦର୍ଶକ ଭୋଟ ଦେଇଥାନ୍ତି। ଏହି ପ୍ରତିଯୋଗିତାରେ ଦର୍ଶକଙ୍କ ଭୋଟ ଦ୍ୱାରା ତିନି ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ବିଜୟ ହାସଲ କରିବାର ବ୍ୟବସ୍ଥା ରହିଛି। ଏହିଦୃଷ୍ଟିରୁ ସମସ୍ତ ଓଡ଼ିଶାବାସୀ ଭୋଟ ଦେବାପାଇଁ ଶୁଭଶ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଶୁଭଶ୍ରୀଙ୍କୁ ଭୋଟ ଦେବାକୁ ଚାହୁଁଥିଲେ, ଫେସବୁକ, ଇଷ୍ଟ୍ରାଗାମ, ଟିଜିପିଏ ମିସ୍‍ ଇଣ୍ଡିଆ ଅଫିସିଆଲ ୱେବସାଇଟରେ ମଧ୍ୟ ଭୋଟ ଦେଇପାରିବେ। ଶୁଭଶ୍ରୀଙ୍କୁ ଭୋଟ ଦେଇ ଏହି ପ୍ରତିଯୋଗିତାରେ ବିଜୟୀ କରିବାପାଇଁ ପରିବାରବର୍ଗ ଅନୁରୋଧ କରିଛନ୍ତି।

Leave A Reply