ଶନିବାରଠାରୁ ତୃତୀୟ ଟେଷ୍ଟ

0

ଟ୍ରେଣ୍ଟବ୍ରିଜ୍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ଶନିବାର ଅର୍ଥାତ ଆସନ୍ତାକାଲିଠାରୁ ନଟିଂହାମର ଟ୍ରେଣ୍ଟବ୍ରିଜଠାରେ ଆରମ୍ଭ ହେବ। ୫ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଏହି ସିରିଜ୍‍ରେ ପ୍ରଥମ ଦୁଇଟି ମ୍ୟାଚ ଜିତି ଇଂଲଣ୍ଡ ୨-୦ରେ ଆଗୁଆ ରହିଛି । ଏଜବାଷ୍ଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ, ଭାରତକୁ ୩୧ ରନରେ ପରାସ୍ତ କରିଥିବା ବେଳେ ଲଡ଼ର୍ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଏକ ଇନିଂସ ଏବଂ ୧୫୯ ରନ୍‍ରେ ପରାସ୍ତ କରିଥିଲା। ତେଣୁ ତୃତୀୟ ଟେଷ୍ଟରେ ଜିତି ଭାରତ ସିରିଜକୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରିବ।
ତେବେ ଏହି ମ୍ୟାଚରେ ୱିକେଟ କିପର ତଥା ବ୍ୟାଟସ ମ୍ୟାନ ଋଷଭ ପନ୍ଥ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଭାରତୀୟ ପେସ୍‍ ବୋଲର ଯଶପ୍ରିତ ବୁମ୍‍ରା ସୁସ୍ଥ ହୋଇ ଖେଳିବା ପାଇଁ ପୁଣିି ଫିଟ୍‍ ହୋଇଯାଇଛନ୍ତି। ସେହିପରି ହାତରେ ଆଘାତ ପାଇଥିବା ରବି ଚନ୍ଦ୍ରନ ଅଶ୍ୱିନ ଏବଂ ହାଦ୍ରିକ ପାଣ୍ଡ୍ୟା ମଧ୍ୟ ସୁସ୍ଥ ହୋଇଛନ୍ତି, ସେହିପରି ଅଧିନାୟକ ବିରାଟ କୋହଲୀ ମଧ୍ୟ ପିଠି ଯନ୍ତ୍ରଣାରୁ ଅରୋଗ୍ୟ ଲାଭ କରି ଫିଟ୍‍ ହୋଇଯାଇଛନ୍ତି। ତେଣୁ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଏ। ଭାରତୀୟ ସମୟ ଅପରାହ୍ନ ୩ଟା୩୦ ମିନିଟ୍‍ରେ ଏହି ମ୍ୟାଚ ଆରମ୍ଭ ହେବ।

Leave A Reply