ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପଣ୍ଡ କଲା ଭାରତୀୟ ସେନା

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରାମୁଲାରେ ଭାରତୀୟ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଏକ ବଡ ଯୋଜନାକୁ ପଣ୍ଡ କରି ଦେଇଛନ୍ତି। ବାରାମୁଲାର ରେଲୱେ ଷ୍ଟେସନ ନିକଟରେ ହେଉଥିବା ଏସପିଓ ନିଯୁକ୍ତ ସ୍ଥାନକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିବାର ଷଡଯନ୍ତ୍ର କରିଥିଲେ। ଏହାର ସୁରାକ୍‌ ମିଳିବା ମାତ୍ର ହିଁ ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀକୁ ଗିରଫ କରିଛନ୍ତି। ଆତଙ୍କବାଦୀ ଜଣଙ୍କ ଗ୍ରେନେଡ୍ ବିସ୍ଫୋରଣ କରିବାର ଯୋଜନା ଚଳାଇଥିଲା। ଏହି ଷଡଯନ୍ତ୍ର ପଛରେ କେଉଁ ସଙ୍ଗଠନ ରହିଛି ଏବଂ କେତେ ଆତଙ୍କବାଦୀ ଏଥିରେ ସମିଲ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ଗିରଫ ଆତଙ୍କବାଦୀକୁ ପଚରାଉଚରା କରାଯାଉଛି।

 

Comments are closed.