କାଶ୍ମୀର; ସୋପୋରରେ ଆତଙ୍କବାଦୀ ଆକ୍ରମଣ, ଜଣେ ଶିଶୁ ସମେତ ୪ ଗୁରୁତର

0

ଶ୍ରୀନଗର : ପୁଣି ପାକ୍ ସେନା ଅସ୍ତ୍ରବିରତି ଉଲଂଘନ କରିଛନ୍ତି । କାଶ୍ମୀରର ସୋପୋରରେ ପାକ୍ ସେନାଙ୍କ ପକ୍ଷରୁ ଗୋଳା ବାରୁଦ ବର୍ଷଣ କରାଯାଇଛି । ଏଥିରେ ଜଣେ ଶିଶୁଙ୍କ ସମେତ  ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ।

ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ସକାଳେ ସୋପୋର ଡାଙ୍ଗେରପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ବର୍ଷଣ କରିଥିଲେ । ଆତଙ୍କବାଦୀଙ୍କ ଗୁଳିରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଶିଶୁ କନ୍ୟା ରହିଛି । ଗୁରୁତର ହୋଇଥିବା ଶିଶୁକନ୍ୟାଟି ଉମ୍ମା ଜାନ୍‌ ବୋଲି ଜଣାପଡିଛି । ଏହା ସହ ପୁଞ୍ଚ ଜିଲାର କୃଷ୍ଣା ଘାଟି ସେକ୍ଟରରେ ମଧ୍ୟ ଆତଙ୍କବାଦୀଙ୍କ ଗୁଳିବର୍ଷଣ ଜାରି ରହିଛି ।

Leave A Reply