ଫେରାର ଆତଙ୍କବାଦୀ ନାଭିଦ୍‌ର ନୂଆ ଭିଡିଓ

0

ଶ୍ରୀନଗର : ଗତ ଫେବୃଆରୀରେ ଶ୍ରୀନଗର ଡାକ୍ତରଖାନା ପରିସରରେ ଦୁଇ ପୁଲିସ କର୍ମୀଙ୍କୁ ହତ୍ୟା କରି ଚମ୍ପଟ ମାରିଥିବା ଦୁର୍ଦାନ୍ତ ଲସ୍କର ଆତଙ୍କବାଦୀ ନାଭିଦ ଜୁଟ୍‌କୁ ଏକ ନୂତନ ଭିଡିଓରେ ଦେଖିବାକୁ ମିଳିଛି। ଘଞ୍ଚ ଜଙ୍ଗଲରେ ସୁଟିଂ କରାଯାଇଥିବା ଉକ୍ତ ଭିଡିଓରେ ନାଭିଦ୍‌ ଅନ୍ୟ ଜଣେ ହିଜବୁଲ ଆତଙ୍କବାଦୀକୁ ଆଲିଙ୍ଗନ କରୁଥିବାର ଦୃଶ୍ୟ ରହିଛି। ଫେବୃଆରୀ ୬ରେ ନାଭିଦ ଓ ଅନ୍ୟ ପାଞ୍ଚଜଣ ଆତଙ୍କବାଦୀଙ୍କୁ ନିୟମିତ ଯାଞ୍ଚ ନିମନ୍ତେ ଶ୍ରୀନଗରସ୍ଥିତ ଶ୍ରୀ ମହାରାଜା ହରି ସିଂହ ହାସପାତାଳକୁ ଅଣାଯାଇଥିଲା। ଏମାନେ ଡାକ୍ତରଖାନା ପରିସରରେ ଭ୍ୟାନରୁ ଓହ୍ଲାଇବା ମାତ୍ରେ ପୂର୍ବରୁ ଲୁଚି ରହିଥିବା ଦୁଇଜଣ ଆତଙ୍କବାଦୀ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଦୁଇ ପୁଲିସ କର୍ମୀ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ଏହାର ସୁଯୋଗ ନେଇ ନାଭିଦ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

Leave A Reply