ଆତଙ୍କବାଦୀ ଆକ୍ରମଣରେ ପୁଲିସ କର୍ମଚାରୀ ସହିଦ

0

ଶ୍ରୀନଗର : ନ୍ୟାସନାଲ କନଫରେନ୍ସ ନେତା ଗୁଲାମ ମୋହିଉଦ୍ଦିନ ମିରଙ୍କ ବାସଭବନରେ ମୁତୟନ ଜଣେ ପୁଲିସ କର୍ମଚାରୀ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି। ଏହି ଆକ୍ରମଣରେ ଅନ୍ୟ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ପୁଲିସ କର୍ମଚାରୀ ଜଣଙ୍କ ହେଲେ ମୁଦାସିର ଅହମ୍ମଦ। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରରା ହୋଇଯାଇଥିବାବେଳେ ସେମାନଙ୍କୁ ଧରିବା ଜୋରଦାର ଉଦ୍ୟମ ଚାଲିଛି। ପ୍ରାଥମିକ ଅନୁଧ୍ୟାନ ଅନୁଯାୟୀ ହିଜବୁଲ ମୁଜାହିଦ୍ଦିନ ସଂଗଠନ ଏହି ଆକ୍ରମଣରେ ଜଡିତ।

Leave A Reply