ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଯୁବତୀ ମୃତ, ଜଣେ ଆହତ

ଶ୍ରୀନଗର: ଇଦ୍‌ ଅବସରରେ ବୁଧବାର ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। କେତେଜଣ ଅଜଣା ବନ୍ଧୁକଧାରୀ ପୁଲୱାମା ଜିଲାର ଏକ ଗ୍ରାମରେ ପଶି ଜଣେ ଯୁବତୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ରହିଛନ୍ତି ବୋଲି ପୁଲିସ କହିଛି। ଘଟଣା ପରେ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ନାମ ନିଗୀନା ବାନୋ ଏବଂ ଆହତ ଜଣକ ମହମ୍ମଦ ସୁଲତାନ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣ ପରେ କାଶ୍ମୀର ଉପତ୍ୟକାରେ ଆତଙ୍କୀମାନଙ୍କୁ ନିପାତ କରିବା ଲାଗି ଭାରତୀୟ ସେନା ପକ୍ଷରୁ ଅପରେଶନକୁ ଜୋରଦାର କରାଯାଇଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସେନା ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ୧୦୧ ଆତଙ୍କୀ ନିହତ ହୋଇଛନ୍ତି। ବିଶେଷ କରି ଦକ୍ଷିଣ କାଶ୍ମୀରର ୪ଟି ଜିଲା ପୁଲୱାମା, ସୋପିଆନ, କୁଲଗାମ ଏବଂ ଅନନ୍ତନାଗରେ ସେନା ପକ୍ଷରୁ ଆତଙ୍କବାଦୀ ନିରୋଧୀ ଅଭିଯାନକୁ ତ୍ଵରିତ୍ଵ କରାଯାଇଛି।

Comments are closed.