ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିହତ, ୮ ଦିନରେ ଟଳିଲେ ୨୨ ଆତଙ୍କବାଦୀ

0

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସେନାବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। ସେନା ଗୁଳିରେ ବୁଧବାର ସକାଳୁ ଆଉ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।
କାଶ୍ମୀରର ବଡଗାମ୍‍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇବା ପରେ ସେନା ଓ ପୁଲିସ ପକ୍ଷରୁ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବାରୁ ସେହି ଅଞ୍ଚଳକୁ ସର୍ବସାଧାରଣ ଯିବାକୁ ବାରଣ କରାଯାଇଛି। ଫୁଲୱାମା ଜିଲାରେ ଇଣ୍ଟରନେଟ୍‍ ସେବା ବନ୍ଦ କରି ଦିଆଯାଇଛି। ଏହାକୁ ମିଶାଇ ଗତ ୮ ଦିନ ମଧ୍ୟରେ ୨୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ୨୦ ତାରିଖରେ ୪ଜଣ, ୨୩ ତାରିଖରେ ୬ଜଣ ଓ ୨୫ ତାରିଖରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଅପରପକ୍ଷରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଏହି ସମୟ ମଧ୍ୟରେ ୨ ଜଣ ଯବାନ ସହିଦ ହୋଇଛନ୍ତି।

Leave A Reply