ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଦୁର୍ଘଟଣା; ଶ୍ରମିକଙ୍କ ଗୋଡ଼ କଟିବାକୁ ନେଇ ଉତ୍ତେଜନା

ଜଗତସିଂହପୁର: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ପୁଣି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଶ୍ରମିକ ମନୋଜ ମଲିକଙ୍କର ବାମ ଗୋଡ କଟିଯାଇଛି। ଏହା ପ୍ରତିବାଦରେ ଶହଶହ ଶ୍ରମିକ ଫାଟକରେ ତାଲା ପକାଇ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ପିଆଇସିଟି ବର୍ଥରେ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବାରମ୍ବାର ଏହି ବର୍ଥ ମଧ୍ୟରେ ଦୁର୍ଘଟଣା ଘଟି ଶ୍ରମିକମାନେ ଆହତ ହେଉଥିବାବେଳେ କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନ ଦେବା ଓ ଦୁର୍ଘଟଣା ପରେ ଶ୍ରମିକମାନଙ୍କୁ ତୁରନ୍ତ ମେଡିକାଲ୍ ନେଉ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

Comments are closed.