ଜାଣନ୍ତୁ, କେଉଁ ମନ୍ଦିରରେ ମାତାଙ୍କ ମୂର୍ତ୍ତିରୁ ଝାଳ ନିର୍ଗତ ହୋଇଥାଏ

0

ଦେବଭୂମି ରୂପେ ପ୍ରସିଦ୍ଧ ଲାଭ କରିଥିବା ହିମାଚଳ ପ୍ରଦେଶରେ ମାନ୍ୟତା ପ୍ରାପ୍ତ ଅନେକ ମନ୍ଦିର ରହିଛି। ଏହା ସହ ହିମାଚଳ ପ୍ରଦେଶରେ ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ଜାଗା ରହିଥିବାରୁ ତାହା ଦର୍ଶନୀୟ ସ୍ଥାନ ରୂପେ ପରିଚିତ। ହିମାଚଳ ପ୍ରଦେଶର ଅନେକ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଚମ୍ବା ଜିଲାରେ ଥିବା ଦେବୀପୀଠ ଭଲେଇ ମାତା ଅନ୍ୟତମ।ଭଲେଇ ମାତାଙ୍କ ମନ୍ଦିରକୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। କିନ୍ତୁ ଏହି ମନ୍ଦିରରେ ନବରାତ୍ରୀ ଦିନ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ମନ୍ଦିର ଏକ ଅଦ୍ଭୁତ ମାନ୍ୟତା ପାଇଁ ପ୍ରସିଦ୍ଧ। ସେହି ଅଦ୍ଭୁତ ମାନ୍ୟତା ପାଇଁ ମନ୍ଦିରରେ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ। ସେହି ମାନ୍ୟତାକୁ ଭକ୍ତମାନେ ବିଶ୍ୱାସ ମଧ୍ୟ କରିଥାନ୍ତି। ମାନ୍ୟତା ଅନୁଯାୟୀ, ମନ୍ଦିରରେ ରହିଥିବା ଦେବୀଙ୍କ ମୂର୍ତ୍ତିରୁ ଝାଳ ନିର୍ଗତ ହୋଇଥାଏ।ଲୋକ ମାନ୍ୟତା ଅନୁଯାୟୀ, ଦେବୀଙ୍କ ମୂର୍ତ୍ତିରୁ ଝାଳ ନିର୍ଗତ ହେବା ସମୟରେ ସେହି ମନ୍ଦିରରେ ଉପସ୍ଥିତ ସମସ୍ତ ଭକ୍ତଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ। ମନ୍ଦିରର ପୂଜାରୀ କହିଛନ୍ତି ଯେ, ଭଲେଇ ମନ୍ଦିରର ମାତା ସେହି ଗ୍ରାମରେ ପ୍ରକଟ ହୋଇଥିଲେ। ତାପରେ ଗ୍ରାମବାସୀମାନେ ସେହି ମନ୍ଦିରର ନିର୍ମାଣ କରାଇଥିଲେ।

Leave A Reply