ବିବାହ ପାଇଁ ପ୍ରସିଦ୍ଧ ଏହି ୫ଟି ମନ୍ଦିର

ମନ୍ଦିରକୁ ଯେତେ ପବିତ୍ର କୁହାଯାଏ ବିବାହ ବନ୍ଧନ ମଧ୍ୟ ସେତେ ପବିତ୍ର ବୋଲି ମାନ୍ୟତା ରହିଛି। ତେଣୁ ମନ୍ଦିର ଓ ବିବାହ ମଧ୍ୟରେ ଏକ ଉତ୍ତମ ସଂପର୍କ ରହିଛି ବୋଲି ବିଶ୍ୱାସ କରାଯାଏ। ଭାରତରେ ପରମ୍ପରା ଅନୁଯାୟୀ ବହୁ ବ୍ୟକ୍ତି ମନ୍ଦିରରେ ବିବାହ କରିବାକୁ ପସନ୍ଦ କରିଥାଆନ୍ତି। ଆମ ଦେଶରେ ମନ୍ଦିରକୁ ଆଧ୍ୟାତ୍ମିକତାର କେନ୍ଦ୍ରବିନ୍ଦୁ କୁହାଯିବା ସହ ବିବାହର ପ୍ରାରମ୍ଭ ଏଠାରେ କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହୋଇଥାଏ। ଯଦି ଆପଣ ମନ୍ଦିରରେ ବିବାହ କରିବାକୁ ଚାହୁଁଛନ୍ତି ତେବେ ଏହି ମନ୍ଦିର ଗୁଡ଼ିକ ବିଷୟରେ ନିଶ୍ଚୟ ଜାଣନ୍ତୁ….
ଇସ୍କନ ମନ୍ଦିର –
ଇସ୍କନ ମନ୍ଦିରକୁ ରାଧା ପ୍ରାର୍ଥସାରଥି ମନ୍ଦିର ମଧ୍ୟ କୁହାଯାଏ। ଏହି ମନ୍ଦିରରେ ରାମ, ସୀତା, କୃଷ୍ଣ ଏବଂ ରାଧାଙ୍କ ମୂର୍ତ୍ତି ବିରାଜିତ। ମନ୍ଦିରର କାନ୍ଥରେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ଫଟୋ ସଜାଯାଇଛି। ଏହି ମନ୍ଦିରରରେ ବିବାହର କାର୍ଯ୍ୟକ୍ରମ ପାଇଁ ସଠିକ ବାତାବରଣ, ଆଧ୍ୟାତ୍ମିକତାର ଅନୁଭବ ହେବ। ଏହି ମନ୍ଦିର ଦିଲ୍ଲୀର ସନ୍ଥ ନଗରର ମୁଖ୍ୟ ରାସ୍ତା ନିକଟରେ ଅବସ୍ଥିତ।
ତିରୁମାଲା ମନ୍ଦିର –
ତିରୁପତି ତିରୁମାଲା ଦେବସ୍ଥାନମ ମନ୍ଦିର ନିଜର ଆର୍ଥିକ ସମୃଦ୍ଧି ଓ ଲୋକପ୍ରିୟତା ପାଇଁ ସମ୍ପୂର୍ଣ୍ଣ ଦେଶରେ ପ୍ରସିଦ୍ଧ। ଏହି ମନ୍ଦିରକୁ ବିଭିନ୍ନ ଦେଶ ଓ ଦେଶ ବାହାରୁ ମଧ୍ୟ ବହୁ ଲୋକେ ମନସ୍କାମନା ପୂରଣ କରିବାକୁ ଆସିଥାଆନ୍ତି। ତେଣୁ ଏହି ମନ୍ଦିରରେ ବିବାହ କଲେ ଜୀବନ ସୁଖମୟ ହୋଇଥାଏ ବୋଲି କୁହାଯାଏ। ଏହି ମନ୍ଦିରରେ ଲୋକେ ଦାନ ଦେଇଥାଆନ୍ତି, ନିଜର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଥାଆନ୍ତି। ଏହି ମନ୍ଦିର ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ।
ତ୍ରିୟୁଗୀନାରାୟଣ ମନ୍ଦିର –
ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ସାକ୍ଷାତ ଭଗବାନ ଶିବ ଓ ପାର୍ବତୀଙ୍କ ବିବାହ ହୋଇଥିଲା। ଆଜି ମଧ୍ୟ ଏଠାରେ ତାଙ୍କର ବିବାହର ଅଂଶାବଶେଷ ରହିଛି। ଉତ୍ତରାଖଣ୍ଡର ଏହି ମନ୍ଦିର ବିଷୟରେ ମାନ୍ୟତା ରହିଛି ଯେ, ଏଠାରେ ବିବାହ କରୁଥିବା ନବଦମ୍ପତିଙ୍କ ଜୀବନଙ୍କ ସୁଖମୟ ହେବା ସହ ସମସ୍ତ ଦୁଃଖ ଦୂର ହୋଇଥାଏ। ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କ ଏହି ମନ୍ଦିରକୁ ଶିବପାର୍ବତୀଙ୍କ ବିବାହସ୍ଥଳ ରୂପେ ଜଣାଯାଏ।
ମାତାନଙ୍ଗେଶ୍ୱର ମନ୍ଦିର –
ଏହି ମନ୍ଦିର ପ୍ରଭୁ ଶିବଙ୍କୁ ସମର୍ପିତ ଅଟେ। ମଧ୍ୟପ୍ରଦେଶର ଏହି ମନ୍ଦିର, ବିବାହ ବନ୍ଧନରେ ଯୋଡ଼ି ହେଉଥିବା ଦମ୍ପତ୍ତିଙ୍କ ପାଇଁ ଖୁବ ଉତ୍ତମ ଅଟେ।

Comments are closed.