ସାରାଦେଶରେ ଆହୁରି  କମିବ ତାପମାତ୍ରା , କାଶ୍ମୀରର ଦ୍ରାସରେ -୧୯ ଡିଗ୍ରୀ

0

ନୂଆଦିଲ୍ଲୀ .  – ସାରା ଦେଶରେ ଏବେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି।   ବଙ୍ଗୋପସାଗରେ ସୃଷ୍ଟ  ଲଘୁଚାପ ଯୋଗୁଁ  ଏହାର ଉପକୂଳବର୍ତ୍ତୀ ଅଞ୍ଚଳରେ କୋହଲା ପାଗ ଅନୁଭୂତ ହୋଇଛି ।  ଦେଶର ରାଜଧାନୀ ନୂଆଦିଲ୍ଲୀରେ  ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରହିଥିବା ପରେ  ସର୍ବୋଚ୍ଚ ତାପମାତ୍ରା ୨୨ ଡିଗ୍ରୀ ରହିଥିଲା । କାଶ୍ମୀରର ଦ୍ରାସରେ -୧୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଉତ୍ତର ପ୍ରଦେଶର ଅଧିକାଂଶ ଅଞ୍ଚଳରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ପଞ୍ଜାବ , ହରିୟାନା, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ କୋହଲା ପାଗ ସହ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜସ୍ଥାନର  ଭିଲଓ୍ୱାରାରେ ସିକାର ଓ ପଞ୍ଜାବର ଅଦାମପୁରରେ ସର୍ବନିମ୍ନ ତାପମାତ୍ରା  ୩ ଡିଗ୍ରୀ  ରେକର୍ଡ କରାଯାଇଛି ।

ଓଡ଼ିଶାରେ ମଧ୍ୟ କୋହଲା ପାଗ ଅନଭୂତ ହୋଇଛି । ସାଧାରଣ ତାପମାତ୍ରାଠାରୁ ଏବେ ଦୈନିକ ତାପମାତ୍ରା ୨ ଡିଗ୍ରୀ ହ୍ରାସ ପାଇଛି ।

Leave A Reply