ଆମେରିକାରେ ତେଲଙ୍ଗାନା ଯୁବକଙ୍କୁ ଗୁଳି

0

ୱାଶିଂଟନ: ଆମେରିକାରେ ଜଣେ ଭାରତୀୟ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ସାଇ କୃଷ୍ଣ ନାମକ ତେଲଙ୍ଗାନାର ଯୁବକ ଜଣଙ୍କ ଲରେନ୍ସ ଟେକ୍ ୟୁନିଭର୍ସିଟିରୁ ଇଞ୍ଜିନିୟରିଂ ପାସ କରିବା ପରେ ଡେଟ୍ରୋଏଟ କମ୍ପାନୀରେ ଚାକିରି କରିଥିଲେ। ଅଫିସରୁ କାମ ସାରି ଘରକୁ ଫେରୁଥିବାବେଳେ ଡକାୟତି ଉଦ୍ଦେଶ୍ୟରେ କେତେକ ଦୁର୍ବୃତ୍ତ ତାଙ୍କୁ ଅଟକାଇ ନିଛାଟିଆ ସ୍ଥାନକୁ ନେଇଥିଲେ। ସେଠାରେ ତାଙ୍କୁ  ଗୁଳିମାଡ କରିବା ସହ ଜିନିଷପତ୍ର ଓ କାର୍ ଛଡାଇ ନେଇଥିଲେ। ସାଇକୃଷ୍ଣ ରାସ୍ତାରେ ଏକୁଟିଆ ପଡିଥିବା ଦେଖି କେହି ଜଣେ  ପୁଲିସକୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

Leave A Reply