ଚୀନ ବଜାରକୁ ଆସିଲା ଜିଓମିର ନୂଆ ସ୍ମାର୍ଟଫୋନ୍‍ ‘ଏମଆଇ ମ୍ୟାକ୍ସ-୩’

0

ନୂଆଦିଲ୍ଲୀ : ଜିଓମିର ନୂଆ ସ୍ମାର୍ଟଫୋନ ଏମଆଇ ମ୍ୟାକ୍ସ-୩ର ବଜାର ପ୍ରବେଶ ନେଇ ଚାଲିଥିବା କଳ୍ପନା-ଜଳ୍ପନାର ଗୁରୁବାର ଅନ୍ତ ଘଟିଛିି। କାରଣ ଜିଓମି କମ୍ପାନୀର ଏମଆଇ ମ୍ୟାକ୍ସ-୩ ସ୍ମାର୍ଟଫୋନ ଚୀନ ବଜାରରେ ପ୍ରବେଶ କରିିଛି। ଏହି ଫୋନର ବିଶେଷତ୍ୱ ହେଉଛି ଏଥିରେ ୫୫୦୦ଏମଏଚ୍‍ ବ୍ୟାଟେରୀ କ୍ଷମତା ରହିଛି। ଏହି ଫୋନରେ ଡୁଆଲ କ୍ୟାମେରା ସେଟଅପ୍‍ ରହିଛି। ଏମଆଇ ମ୍ୟାକ୍ସ-୩ ହେଉଛି ଏମଆଇ ମ୍ୟାକ୍ସ-୨ର ଉନ୍ନତ ସଂସ୍ମରଣ।
ଜିଓମି ଏମଆଇ ମ୍ୟାକ୍ସ-୩ର କ୍ୟାମେରା
ଏହି ଫୋନରେ ଡୁଆଲ କ୍ୟାମେରା ସେଟଅପ୍‍ ରହିଛି। ଯେଉଥିରେ ଗୋଟିଏ ଲେନ୍ସ ୫ ମେଗାପିକ୍ସେଲର ରହିଥିଲାବେଳେ ଅନ୍ୟଟି ୧୨ମେଗାପିକ୍ସେଲର ଦିଆଯାଇଛି। ସମ୍ମୁଖ ଭାଗ କ୍ୟାମେରାରେ ସୋନିର ଏମଏକ୍ସ୩୬୩ ଲେନ୍ସ ରହିଛି। ଯାହା ୮ମେଗା ପିକ୍ସେଲ ଅଟେ। ଦୁଇଟି ଯାକ କ୍ୟାମେରାରେ ଏଲଇଡି ଫ୍ଲାସ ଲାଇଟ୍‍ ସୁବିଧା ରହିଛି।
ଏହି ଫୋନରେ ୪ଜି ଭୋଲଟି, ୱାଇ-ଫାଇ, ବ୍ଲୁଟୁଥ-୫, ଜିପିଏସ ଏବଂ ୟୁଏସବି ଟାଇପ-ସି ରହିଛି। ଏଥିରେ ଫିଙ୍ଗରପ୍ରିଣ୍ଟ ସେନସର ଦିଆଯାଇଛି।
ଜିଓମି ଏମଆଇ ମ୍ୟାକ୍ସ-୩ର ମୂଲ୍ୟ
ଏମଆଇ ମ୍ୟାକ୍ସ-୩ର, ୪ଜିବି ରାମ, ୬୪ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୧୬୯୯ଚୀନ ୟାନ ରହିଛି ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୧୭,୩୨୨ ଟଙ୍କା। ସେହିଭଳି ୬ଜିବି ରାମ , ୧୨୮ଜିବି ଷ୍ଟୋରେଜର ମୂଲ୍ୟ ହେଉଛି ୧୯୯୯ ଚୀନ ୟାନ। ତେବେ ଭାରତୀୟ ମୂଦ୍ରା ଅନୁସାରେ ଯାହାର ମୂଲ୍ୟା ୨୦,୩୭୭ ଟଙ୍କା ରଖାଯାଇଛି। ଏହି ଫୋନ୍‍ ଟି ଏବେ ଭାରତୀୟ ବଜାରରେ ପ୍ରବେଶ କରିନାହିଁ।

Leave A Reply