ପଞ୍ଚାୟତସ୍ତରରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ

0

ବଡ଼ସାହି : ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ରାଜ୍ୟସଂଘର ଆହ୍ୱାନକ୍ରମେ ବେତନଟୀ ବ୍ଲକରେ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଭୂବନେଶ୍ୱରରୁ ଆରମ୍ଭ ହେବା ପରେ ବ୍ଲକ କାର୍ଯ୍ୟାଳୟ ଏବଂ ଶେଷରେ ପଞ୍ଚାୟତ ସ୍ତରରେ ପହଞ୍ଚିଛି। ରାଲି ସହିତ ପଞ୍ଚାୟତରେ ସାଧାରଣ ସଭାରେ ଶିକ୍ଷାବିତ, ନିର୍ବାଚିତ ପ୍ରତିନିଧିଙ୍କ ସମେତ ସମାଜସେବୀ ଏବଂ ବିଭିନ୍ନ ନେତୃବୃନ୍ଦଙ୍କ ସକ୍ରିୟ ଯୋଗଦାନ କରିଛନ୍ତି। ଦହିକୋଟୀ, ନହଣ୍ଡାଶୋଳ, ସଠିଲୋ, ମୁକ୍ତାପୁର, ବୈଶିଙ୍ଗା, ଅଁଳା, ସନ୍ତରା, ଚାଞ୍ଛିପଦା ଓ ସଇତପୁର ପଞ୍ଚାୟତରେ ଆନ୍ଦୋଳକାରୀ ପହଞ୍ଚି ସମର୍ଥନ ଲୋଡ଼ିଛନ୍ତି।

Leave A Reply