ମାଟ୍ରିକ ଖାତା ମୂଲ୍ୟାୟନ ନ କଲେ କାର୍ଯ୍ୟାନୁଷ୍ଠାନ ଧମକ ଦେଲେ ଗଣ ଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ୱର:  ମାଟ୍ରିକ ଖାତର ମୂଲ୍ୟାୟନ ନ କରିବା ପାଇଁ  ବିଦ୍ୟାଳୟ ଶିକ୍ଷକ ମିଳିତ ମଞ୍ଚ ପକ୍ଷୁ ନିଷ୍ପତ୍ତି ନିଆଯାଇଛି ।  ବିଭିନ୍ନ ମୂଲ୍ୟାୟନ କେନ୍ଦ୍ର ଆଗରେ  ବିଦ୍ୟାଳୟ ମିଳିତ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି । ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ମାଟ୍ରିକ ଖାତା ଦେଖିବା ପାଇଁ ୧୩ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି । ଆନ୍ଦୋଳନ କଲେ ଶିକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଶିକ୍ଷକମାନେ ଖାତା ଦେଖାରେ ସହଯୋଗ କରିବା ପାଇଁ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଅନୁରୋଧ କରିଛନ୍ତି ।

ଯେ କୌଣସି ପରିସ୍ଥିତିରେ ଖାତା ଦେଖା ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply