ଚା ପିଇବା ସମୟରେ କରୁଛନ୍ତି କି ଏହି ଭୁଲ୍ ! ତେବେ ଏବେଠୁ ହୁଅନ୍ତୁ ସତର୍କ

0

ସକାଳର ଗରମ ଚା ପୁରା ଦିନଟିକୁ ଫୂର୍ତ୍ତି ବନେଇ ଦେଇଥାଏ । ଅନେକ ଲୋକ ସକାଳେ ଓ ସଂଧ୍ୟାରେ ଚା ପିଇବାକୁ ପସନ୍ଦ କରନ୍ତି । ଚା’କୁ ନେଇ ଲୋକେ ଟି ପାର୍ଟି ମଧ୍ୟ କରିଥାନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଚା’ ପିଇବା ସମୟରେ ଛୋଟିଆ ଭୁଲ୍ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଚା’ ସହ ଜଡିତ କିଛି ଏମିତି ଭୁଲ ଯାହା ଭବିଷ୍ୟତରେ ଆପଣଙ୍କ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ ।

ଖାଲି ପେଟରେ କଦାପି ଚା’ ପିଅନ୍ତୁ ନାହିଁ । ଏହା ଏସିଡିଟି ବଢାଇବାରେ ସହାୟକ ହୁଏ । ତେଣୁ ସକାଳୁ ଉଠି ପ୍ରଥମେ ଏକ ଗ୍ଲାସ୍ ଗରମ ପାଣି ପିଅନ୍ତୁ ଏବଂ ପରେ ବିସ୍କୁଟ୍ ସହ ଚା’ ପିଅନ୍ତୁ ।

ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ପରେ ଚା’ ପିଇବା ଅନୁଚିତ୍ । ଏହା ଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ଦ୍ବାରା ଖାଦ୍ୟର ପୋଷକ ତତ୍ବ ନଷ୍ଟ ହୋଇଯାଇଥାଏ ।

ଆବଶ୍ୟକୀୟଠାରୁ ଚା’ ପିଇବା କ୍ଷତିକାରକ ହୋଇପାରେ । ପୁରା ଦିନ ମଧ୍ୟରେ ୨ରୁ ୩ ଥର ଚା’ ବା କଫି ପିଇବା ଉଚିତ୍ ।

ଚା’ ଫୁଟିବା ସମୟରେ ବହୁତ ସମୟ ଫୁଟାଇବା ଅନୂଚିତ୍ । ଏହା ଏସିଡିଟିର ମୁଖ୍ୟ କାରଣ ଅଟେ ।

Leave A Reply