ଚା’ରେ ମିଶାଇ ପିଅନ୍ତୁ ଏହି ଜିନିଷ ରହିବେ ସୁସ୍ଥବାନ

କର୍ମବ୍ୟସ୍ତତା ଜୀବନରେ ସଭିଏଁ ନିଜ ସ୍ୱାସ୍ଥ୍ୟ ପ୍ରତି ସଠିକ ଭାବେ ଧ୍ୟାନ ଦେଇପାରୁନାହାନ୍ତି। ଏପରି ମଧ୍ୟ ବହୁଲୋକେ ଅଛନ୍ତି ଯେଉଁମାନଙ୍କୁ କଫି ଅପେକ୍ଷା ଚା’ ପିଇବା ଅତ୍ୟନ୍ତ ପସନ୍ଦ। ମାତ୍ର ଏପରି କେତେକ ଦ୍ରବ୍ୟ ରହିଛି ଯାହାକୁ ଚା’ରେ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଜାଣନ୍ତୁ ଏ ବିଷୟରେ….

ମହୁ ଓ ଚା’ –

ଚା’ରେ ମହୁ ମିଶାଇ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଏହାସହ ଥଣ୍ଡାଜନିତ ସମସ୍ୟାକୁ ଦୂର କରିଥାଏ। 

ଡ଼ାଲଚିନି ଓ ଚା’ –

ଚା’ରେ ଡ଼ାଲଚିନି ମିଶାଇ ପିଇବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇଥାଏ। ଶରୀରକୁ ଆରାମ ପ୍ରଦାନ କରିବା ସହ ହଜମ କ୍ରିୟାକୁ ସୁସ୍ଥ ରଖିଥାଏ।

ଅଦା ଓ ଚା’ –

କ୍ଷୀର ଚା’ ବ୍ୟତୀତ ନାଲି ଚା’ରେ ଅଦା ମିଶାଇ ପିଇଲେ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଖାଦ୍ୟ ହଜମ ହେବାରେ ସାହାଯ୍ୟ କରିଥାଏ। ବିଭିନ୍ନ ପ୍ରକାର ରୋଗକୁ ମଧ୍ୟ ଶରୀର ଠାରୁ ଦୂରେଇ ରଖେ। 

ଲେମ୍ବୁ ଚା’ –

ଏହି ଚା’ ପିଇବା ଦ୍ୱାରା ଥକ୍କାପଣ ଓ ଚିନ୍ତା ଦୂର ହୋଇ ଆରାମ ଅନୁଭବ ହୋଇଥାଏ। 

Comments are closed.