ନକଲି ଚା’ ପତି କାରଖାନାରେ ଚଢାଉ, ମାଲିକ ଫେରାର

0

କେନ୍ଦ୍ରାପଡା : ନକଲି ଚା’ ପତି କାରଖାନା ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର କଞ୍ଚାମାଲ, ଚା’ ପତି ତିଆରି ମେସିନ, ନକଲି ଚା’ ଜବତ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଖର୍ଦ୍ଦାସାହିରେ ନକଲି ଚା’ କାରଖାନା ପ୍ରସ୍ତୁତ ହେଉଥିବା ଖବର ସଦର ଥାନା ପୁଲିସ କୌଣସି ସୂତ୍ରରୁ ପାଇଥିଲା। ଏହାପରେ ସୋମବାର ବିଳମ୍ବିତ ରାତିରେ କାରଖାନାରେ ପୁଲିସ ଚଢାଉ କରିଥିଲା। ଚଢାଉ ବେଳେ ଚା ପତି କାରଖାନାର ମାଲିକ ଫେରାର ହୋଇଯାଇଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply