ହୋ ହଲ୍ଲା ଯୋଗୁଁ ଉଭୟ ଗୃହ କାଲି ପର୍ଯ୍ୟନ୍ତ ମୁଲତବୀ, ଆଗତ ହୋଇ ପାରିଲାନି ଅନାସ୍ଥା ପ୍ରସ୍ତାବ,

0

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଦିନ ୧୧ଟା ସମୟରେ ଟିଡିପି ଓ ୱାଏସ୍ଆର କଂଗ୍ରେସ ଦ୍ବାରା ଲୋକସଭାରେ ଅବିଶ୍ଵାସ ନୋଟିସ ପ୍ରଦାନ କରାଯାଇଥିଲା। ଗତ ଶୁକ୍ରବାର ଏଭଳି ପ୍ରକ୍ରିୟା ସମ୍ପର୍କରେ ଉଭୟ ଦଳ ପକ୍ଷରୁ ସୂଚନା ଦିଆଯାଇ ଥିଲା। ତେବେ ସଂସଦରେ ବିରୋଧୀଙ୍କ ପ୍ରର୍ଯ୍ୟାପ୍ତ ସାଂସଦ ଉପସ୍ଥିତ ନ ଥିବାରୁ ବାଚସ୍ପତି ଏହି ପ୍ରକ୍ରିୟାକୁ ମଞ୍ଜୁରି ଦେଇ ନ ଥିଲେ।

ଆନ୍ଧ୍ରର ଉଭୟ ଦଳ ବ୍ୟତୀତ ଅବିଶ୍ଵାସ ପ୍ରସ୍ତାବକୁ ତୃଣମୂଳ,ସିପିଆଇ, ସମାଜବାଦଦୀ ପାର୍ଟି ଓ ଏଆଇଡିଏମକେ ପରି ଦଳ ଏହି ପ୍ରକ୍ରିୟାକୁ ସମର୍ଥନ କରୁଛନ୍ତି। ପ୍ରସ୍ତାବ ଗ୍ରହଣ ଦାବୀ ନେଇ କରି ଟିଡିପି ଓ ଏଆଇଡିଏମକେର ସାଂସଦମାନେ ବାଚସ୍ପତିଙ୍କ ସମ୍ମୁଖରେ ଛିଡ଼ା ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତିକୁ ଲକ୍ଷ୍ୟ କରି ଗୃହର କାର୍ଯ୍ୟକାଳକୁ ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ କରାଯାଇଛି।

Leave A Reply