୩ ମାସରେ ୨୨୦ କୋଟି ନିର୍ବାଚନୀ ଚାନ୍ଦା ଦେଇଛି ଟିସିଏସ୍‍!

ନୂଆଦିଲ୍ଲୀ : ଟାଟା ଗ୍ରୁପ୍‍ର ଟାଟା କନସଲଟାନ୍ସି ସର୍ଭିସେସ୍‍ (ଟିସିଏସ୍‍) ୨୦୧୭-୧୮ ଆର୍ଥିକ ବର୍ଷର ଅନ୍ତିମ ତ୍ରୈମାସ (ଜାନୁଆରୀରୁ ମାର୍ଚ୍ଚ) ମଧ୍ୟରେ ୨୨୦ କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ଦେଇଛି। କମ୍ପାନୀ ପକ୍ଷରୁ ଏହି ଟଙ୍କା ଇଲେକ୍ଟୋରାଲ ଟ୍ରଷ୍ଟରେ ଜମା କରାଯାଇଛି। କମ୍ପାନୀ ଏହି ଚାନ୍ଦାକୁ ନିଜ ଲାଭ ଏବଂ କ୍ଷତି ଖାତାର ଅନ୍ୟ ଖର୍ଚ୍ଚ ଆକାଉଣ୍ଟରେ ଦର୍ଶାଇଛି। କୁହାଯାଉଛି ଯେ କମ୍ପାନୀ ପକ୍ଷରୁ ଆଜି ପର୍ଯ୍ୟନ୍ତ ଦିଆଯାଇଥିବା ନିର୍ବାଚନୀ ଚାନ୍ଦା ମଧ୍ୟରେ ଏହା ସର୍ବାଧିକ। ତେବେ ଏହି ଚାନ୍ଦା କେଉଁ ଦଳକୁ ଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଟିଏମ୍‍ସି ସମେତ ଟାଟା ଗ୍ରୁପ୍‍ରଅନ୍ୟ କମ୍ପାନୀ ପ୍ରଥମରୁ ନିର୍ବାଚନୀ ଚାନ୍ଦା ଦେଇ ଆସୁଛନ୍ତି। ଟିସିଏସ୍‍ ଏହା ପୂର୍ବରୁ ପୋଗ୍ରେସିଭ ଇଲେକ୍ଟୋରାଲ ଟ୍ରଷ୍ଟ ଦ୍ୱାରା ଚାନ୍ଦା ଦେଇଥିଲା। ଟାଟା ଟ୍ରଷ୍ଟ ୨୦୧୩ରେ ଏହି ଟ୍ରଷ୍ଟର ସ୍ଥାପନା କରିଥିଲା। ଏହି ଟ୍ରଷ୍ଟ ମାଧ୍ୟମରେ ଅନେକ ରାଜନୈତିକ ଦଳକୁ ଚାନ୍ଦା ଦିଆଯାଇଛି। ୨୦୧୩ ଅପ୍ରେଲ ୧ରୁ ୨୦୧୬ ମାର୍ଚ୍ଚ ୩୧ ମଧ୍ୟରେ ଏହି ଟ୍ରଷ୍ଟ ସର୍ବାଧିକ ଚାନ୍ଦା କଂଗ୍ରେସକୁ ଦେଇଥିଲା। ଏହା ପଛକୁ ବିଜୁ ଜନତା ଦଳ (ବିଜେଡି) ନାମ ଥିଲା। ଏହି ସମୟ ମଧ୍ୟରେ ଟିସିଏସ୍‍ ମାତ୍ର ୧.୫ କୋଟି ଟଙ୍କା ଚାନ୍ଦା ଦେଇଥିଲା।
ପ୍ରକାଶଯୋଗ୍ୟ ଯେ ଭାରତରେ ଅନେକ ଇଲେକ୍ଟୋରାଲ ଟ୍ରଷ୍ଟ ରହିଛି। ଏହି ଟ୍ରଷ୍ଟ ଗୁଡ଼ିକ ରାଜନୈତିକ ଦଳ ଏବଂ କମ୍ପାନୀ, ବ୍ୟବସାୟୀଙ୍କ ମଧ୍ୟେରେ ମଧ୍ୟସ୍ଥ ଭୂମିକା ନିର୍ବାହ କରୁଛନ୍ତି।

Comments are closed.