ପରିବେଶ ଅନୁକୂଳ କୌଶଳର ପ୍ରୟୋଗ କରୁଛି ଟାଟାଷ୍ଟିଲ କଳିଙ୍ଗନଗର

ଆସନ୍ତା ୫ ବର୍ଷ ମଧ୍ୟରେ ଅତିରିକ୍ତ ୫ ଲକ୍ଷ ଚାରା ରୋପଣ ଲକ୍ଷ୍ୟ

କଳିଙ୍ଗନଗର : ନିଜ ପରିବେଶ ନୀତି ଅନୁସାରେ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ପରିବେଶ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ପରିବେଶକୁ କୌଣସି ପ୍ରକାର ବିପଦରୁ ମୁକ୍ତ ରଖିବା ପାଇଁ କମ୍ପାନୀ ପକ୍ଷରୁ ଶ୍ରେଷ୍ଠ କୌଶଳର ବ୍ୟବହାର କରାଯାଉଛି। ସାମଗ୍ରିକ ଭାବେ ସମାଜକୁ ପରିସ୍କାର, ସବୁଜ ଓ ସୁରକ୍ଷିତ ରଖିବା ପାଇଁ କମ୍ପାନୀ ପକ୍ଷରୁ ଏହାର ଉତ୍ପାଦନ ପ୍ରକ୍ରିୟାରେ ସ୍ୱଚ୍ଛ ଓ ସବୁଜ କୌଶଳର ଉପଯୋଗ କରାଯାଉଛି।

ପରିବେଶ ଉପରେ ପ୍ରଭାବକୁ କମ୍‍ କରିବା ଓ ଦକ୍ଷ ସମ୍ବଳର ପ୍ରସାର ଭଳି ଟାଟା ଷ୍ଟିଲର ଦୃଷ୍ଟିକୋଣ କମ୍ପାନୀକୁ ଏହାର ପ୍ରକଳ୍ପ ପ୍ରଭାବକୁ ଯାଞ୍ଚ କରିବା ଓ ହ୍ରାସ କରିବା ପାଇଁ ମାର୍ଗଦର୍ଶନ କରୁଛି। ଦୀର୍ଘସ୍ଥାୟୀ କାର୍ଯ୍ୟକ୍ଷେତ୍ରକୁ ବଜାୟ ରଖିବା ଏବଂ ଉତ୍ପାଦ ଓ ପ୍ରକ୍ର୍ରିୟାରେ ଲଗାତର ଉନ୍ନତି ଆଣିବା ଦ୍ୱାରା ଏହା ହାସଲ କରାଯାଇପାରିବ।

ଟାଟାଷ୍ଟିଲ୍‍ ପକ୍ଷରୁ ଶକ୍ତିର ତିବ୍ରତା, ସବୁଜଘର ଗ୍ୟାସ ନିର୍ଗମନ ଓ ଜଳ ସଂରକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବର୍ଜ୍ୟବସ୍ତୁ ହ୍ରାସ, ଦୀର୍ଘସ୍ଥାୟୀ ଯୋଗାଣ ଧାରା ଉପରେ ଧ୍ୟାନ ଦେବା ସହିତ ଜୀବନଚକ୍ରଣ ଆକଳନ ମାଧ୍ୟମରେ ପରିବେଶ ଉପରେ ଉତ୍ପାଦଗୁଡ଼ିକର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି।

କଳିଙ୍ଗନଗର କାରଖାନାରେ ୱେଷ୍ଟ ହିଟ୍‍ ରିକଭରି ପାଇଁ ଉପଲବ୍ଧ ଶ୍ରେଷ୍ଠ କୌଶଳ ଯଥା ଟପ୍‍ ରିକଭରି ଟରବାଇନ୍‍ (ଟିଆରଟି), କୋକ୍‍ ଡ୍ରାଏ କ୍ୱେନ୍‍ଚିଂ (ସିଡିକ୍ୟୁ) ଭଳି ଶ୍ରେଷ୍ଠ କୌଶଳର ପ୍ରୟୋଗ, ଶକ୍ତି ସୃଷ୍ଟି ପାଇଁ ଉପ-ଉତ୍ପାଦ ଗ୍ୟାସର ବ୍ୟବହାର ଓ ଅନ୍ୟ ଶକ୍ତି କ୍ଷମତା ବିଶିଷ୍ଟ ପଦକ୍ଷେପ ସମ୍ବଳର ଦକ୍ଷତାରେ ଉନ୍ନତି ଆଣିବା ସହିତ କାର୍ବନ ପଦଚିହ୍ନ କମ୍‍ କରିବାରେ ସଫଳ ହୋଇଛି।

ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଇଲେକ୍ଟ୍ରୋଷ୍ଟାଟିକ୍‍ ପ୍ରେସିପିଟେଟର୍ସ(ଇଏସ୍‍ପିଏସ୍‍), ବ୍ୟାଗ୍‍ ଫିଲଟର୍ସ, ଗ୍ୟାସ କ୍ଲିନିଂ ପ୍ଲା (ଜିସିପି) ଭଳି ଶ୍ରେଷ୍ଠ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ସ୍ଥାପନରେ ପୁଞ୍ଜି ବିନିଯୋଗ ମାଧ୍ୟମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ନିର୍ଦ୍ଧାରିତ ମାନକଠାରୁ ନିର୍ଗମନକୁ ଆହୁରି କମ୍‍ କରାଯାଇପାରିଛି। ପ୍ରମୁଖ ଷ୍ଟାକ୍‍ଗୁଡ଼ିକରେ ଅନ୍‍ଲାଇନ୍‍ ଷ୍ଟାକ୍‍ ପରିଚାଳନା ପ୍ରଣାଳୀ ମଧ୍ୟ କାର୍ଯ୍ୟକାରୀ କରାଯାଇଛି।

ଇସ୍ପାତ କାରଖାନାର କାର୍ଯ୍ୟ ପ୍ରକ୍ରିୟାରେ ବାହାରୁଥିବା ଜଳକୁ କାରଖାନା ପାଇଁ ଉଦ୍ଦିଷ୍ଟ ଜଳ ପାଇଁ ପ୍ରାଥମିକ ଉପଚାର ଓ କେନ୍ଦ୍ରୀୟ ପ୍ରବାହ ଉପଚାର ପ୍ଲାରେ ତ୍ରିସ୍ତରୀୟ ଉପଚାର କରାଯାଇଥାଏ। ଉପଚାର ଜଳକୁ କାରଖାନା ମଧ୍ୟରେ ସବୁଜ ବଳୟର ବିକାଶ ଭଳି କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହାଫଳରେ ଗତ ୩ ବର୍ଷ ମଧ୍ୟରେ ପରିଷ୍କାର ଜଳର ବ୍ୟବହାର ୪୬ରୁ ଅଧିକ ପ୍ରତିଶତ କମ୍‍ କରାଯାଇପାରିଛି।

ସମନ୍ୱିତ ଇସ୍ପାତ କାରଖାନାର କାର୍ଯ୍ୟ ସମୟରେ ସୃଷ୍ଟି ହେଉଥିବା ପ୍ରମୁଖ ବର୍ଜ୍ୟବସ୍ତୁ ହେଉଛି ବ୍ଲାଷ୍ଟ ଫର୍ଣ୍ଣେସ୍‍ ଓ ଏଲଡି ସ୍ଲାଗ୍‍। ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା କାର୍ଯ୍ୟକାରୀ ହେବାର ବହୁ କମ୍‍ ସମୟ ମଧ୍ୟରେ ୧୦୦ ପ୍ରତିଶତ କଠିନ ବର୍ଜ୍ୟବସ୍ତୁ ବ୍ୟବହାର କରିବାର ଗୌରବ ଅର୍ଜନ କରିଛି। ଏହାବ୍ୟତୀତ କାରଖାନାରୁ ଉତ୍ପନ୍ନ ପ୍ଲାଷ୍ଟିକ୍‍ ବର୍ଜ୍ୟବସ୍ତୁକୁ ଓଡ଼ିଶାର ବରଗଡ଼ରେ ଅବସ୍ଥିତ ସିମେଣ୍ଟ କାରଖାନାରେ ସହ-ସଂଶୋଧିତ କରାଯାଉଛି। ଆଧିକୃତ ପୁନଃଚକ୍ରଣ ଓ ଡିସ୍‌ପୋଜାଲ ସୁବିଧା ଯୋଗୁଁ ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁକୁ ଡିସ୍‌ପୋଜ କରାଯାଇପାରୁଛି।

ପରିବେଶକୁ ଦୀର୍ଘସ୍ଥାୟୀ ରଖିବା ଉଦ୍ୟମକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଗତ ୫ ବର୍ଷ ମଧ୍ୟରେ କାରଖାନା ପରିସର ଓ ବାହାରେ ୪.୫ ଲକ୍ଷରୁ ଊର୍ଦ୍ଧ୍ବ ଚାରା ରୋପଣ କରାଯାଇଛି। କମ୍‍ ସମୟ ମଧ୍ୟରେ ଅଧିକ ବୃକ୍ଷରୋପଣ ପାଇଁ ମିଆୱାକି ରୋପଣ ପଦ୍ଧତି ଭଳି ନୂତନ ପଦ୍ଧତି ଗ୍ରହଣ କରାଯାଇଛି। ସବୁଜିମା ବିକାଶ କାର୍ଯ୍ୟକ୍ରମ ବ୍ୟତୀତ କମ୍ପାନୀ ପକ୍ଷରୁ ଆସନ୍ତା ୫ ବର୍ଷ ମଧ୍ୟରେ ଅତିରିକ୍ତ ୫ ଲକ୍ଷ ଚାରା ରୋପଣର ଗଣ ବୃକ୍ଷରୋପଣ ଯୋଜନା ପ୍ରସ୍ତୁତ କରାଯାଇଛି। ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସକ୍ରିୟ ଯୋଗଦାନରେ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି।

 

 

Comments are closed.