ତାନ୍ତ୍ରିକ ସହିତ ସମ୍ପର୍କ ପାଇଁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା

ଅଲିଗଡ଼ : ତାନ୍ତ୍ରିକ ସହିତ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ପତ୍ନୀଙ୍କୁ ଛୋଟ ପୁଅ ସମ୍ମୁଖରେ ପାଣିରେ ବୁଡ଼ାଇ ସ୍ବାମୀ ମାରିଦେଇଥିବା ଅଭିଯୋଗ ହୋଇଛି। ଏମିତି କି ମାଆକୁ ଉଦ୍ଧାର କରିବାକୁ ଚେଷ୍ଟା କଲେ ପୁଅକୁ ମାରିଦେବେ​‌ ବୋଲି ସମ୍ପୃକ୍ତ ବ୍ୟକ୍ତି ଧମକ ଦେଇଥିବା ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ପୁଲିସ ସମ୍ପୃକ୍ତ ବ୍ୟକ୍ତି ମାନପଲକୁ ଗିରଫ କରିଛି। ସମ୍ପୃକ୍ତ ତାନ୍ତ୍ରିକର ନାମ ସନ୍ତଦାସ ଦୁର୍ଗା ଦାସ ବୋଲି ପୁଲିସ କହିଛି। ଦୁର୍ଗ ଦାସ ନାମରେ ପୂର୍ବରୁ ଏକାଧିକ ଅଭିଯୋଗ ରହିଥିବା ପୁଲିସ କହିଛି।

Comments are closed.