‘ତାନାଜୀ-ଦି ଅନ୍‍ସଙ୍ଗ୍‍ ୱାରିୟର’ : ସାମ୍ନାକୁ ଆସିଲା ଅଜୟଙ୍କ ପ୍ରଥମ ଲୁକ୍‍ ପୋଷ୍ଟର

ମୁମ୍ବଇ : ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’ରେ ଅଜୟଙ୍କ ପ୍ରଥମ ଲୁକ୍‍ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ଅଜୟ ନିଜେ ଏହି ପୋଷ୍ଟରକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ପୋଷ୍ଟରରେ ଅଜୟଙ୍କ ଉଗ୍ର ତଥା ଯୋଦ୍ଧା ରୂପ ଦେଖିବାକୁ ମିଳିଛି। ଅଜୟ ଦେବଗନଙ୍କ ପ୍ରଡକ୍ସନ କମ୍ପାନୀ ଟି-ସିରିଜ୍‍ ସହ ମିଶି ଏହି ଚଳଚ୍ଚିତ୍ରର ନିର୍ମାଣ କରୁଛନ୍ତି। ଏହା ଆସନ୍ତା ବର୍ଷ ଜାନୁଆରୀ ୧୦ ତାରିଖରେ ପରଦାକୁ ଆସିବ।
ସୂଚନାଯୋଗ୍ୟ, ତାନାଜୀ ପ୍ରଖ୍ୟାତ ମରାଠା ସାମ୍ରାଜ୍ୟରେ ଛତ୍ରପତି ଶିବାଜୀଙ୍କ ସେନାପତି ଥିଲେ। ସପ୍ତଦଶ ଶତାବ୍ଦୀର କାହାଣୀକୁ ବର୍ଣ୍ଣନା କରୁଥିବା ଏହି ଚଳଚ୍ଚିତ୍ରରେ ଅଜୟଙ୍କ ସହ ସୈଫ୍‍ ଅଲ୍ଲୀ ଖାନ୍‍ ଓ କାଜୋଲଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Comments are closed.