ଫେସ୍‌ବୁକ୍‌ରେ ବିବାଦୀୟ ଫଟୋ ଯୋଗୁଁ ଆକ୍ରମଣ; ଯୁବକ ଆହତ

ତିରୁଚି : ଗୋ-ମାଂସ ପ୍ରସ୍ତୁତ ସୁପ୍‌ ପିଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ପରେ ଜଣେ ଯୁବକଙ୍କୁ କିଛି ଲୋକ ମାଡ଼ମାରିଛନ୍ତି। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଅଟକ ରଖିଛି। ସେମାନେ ସ୍ଥାନୀୟ ଏକ ସଂଗଠନ ଆମ୍ମା ମକ୍କଲ ମୁନ୍ନେତ୍ରା କାଝାଗାମ୍‌ର ସଦସ୍ୟ ବୋଲି ପୁଲିସ କହିଛି। ମାଡ଼ଖାଇଥିବା ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ସୂଚନାନୁଯାୟୀ, ଫଟୋ ଦୋକାନ କରିଥିବା ତାମିଲନାଡ଼ୁର ନାଗାପାଟ୍ଟିନମ୍‌ ଜିଲା ଅନ୍ତର୍ଗତ କିଲଭେଲୁରବାସୀ ୨୪ବର୍ଷୀୟ ମହମ୍ମଦ ଫିସାନ୍‌ ନିଜ ଫେସ୍‌ବୁକ୍‌ ଏକାଉଣ୍ଟରେ ଗୁରୁବାର ସନ୍ଧ୍ୟାରେ ଏଭଳି ଫଟୋ ପ୍ରସାର କରିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ନିକଟବର୍ତ୍ତୀ ଗ୍ରାମର ୪ ଯୁବକ ଫିସାନ୍‌ଙ୍କ ସହ ଯୁକ୍ତିତର୍କ କରିଥିଲେ। ଝଗଡ଼ା ବଢ଼ିବାରୁ ସେମାନେ ତାଙ୍କୁ କାଠଫାଳିଆ ଓ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ଏଥିରେ ଫିସାନଙ୍କ କାନ୍ଧ ଓ ହାତ ହାଡ଼ ଭାଙ୍ଗିଯାଇଛି।

Comments are closed.