ନିର୍ବାଚନ ପ୍ରଚାର ବେଳେ ତାମିଲ ଅଭିନେତା ତଥା ନେତା ଜେକେ ରିତେଶଙ୍କର ମୃତ୍ୟୁ

ଚେନ୍ନାଇ ..- ନିର୍ବାଚନ ପ୍ରଚାର କରୁଥିବା ବେଳେ ବିଶିଷ୍ଟ ତାମିଲ ଅଭିନେତା ଜେକେ ରିତେଶଙ୍କର ମୃତ୍ୟୁ ହୋଇଛି । ରିତେଶଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ନିର୍ବାଚନ ପ୍ରଚାର କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କଥା କହିଥିଲେ । ରାମଚନ୍ଦ୍ରପୁରମ୍‌ରେ ସେ ନିର୍ବାଚନ ପ୍ରଚାର କରୁଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ ।

ରିତେଶଙ୍କର ଫେବ୍ରୁଆରୀରେ ଏଲ୍‌କେଜି ନାମକ ତାମିଲ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ସେ ବିଜେପିକୁ ସମର୍ଥନ କରିବା ସହ ରାମଚନ୍ଦ୍ରପୁରମରେ ବିଜେପିର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିଲେ ।

Comments are closed.