ରାଜନୈତିକ ପ୍ରକ୍ରିୟା ଆରମ୍ଭ ନ କଲେ ପରିସ୍ଥିତି ଜଟିଳ ହେବ – ମେହେବୁବା ମୁଫତି

0

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି କହିଛନ୍ତି ଯେ, ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ ସହୀଦ ହେବା ଘଟଣାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ଗୋଷ୍ଠୀର ଭୂମିକା ନେଇ ଉତ୍ତେଜନା ଦୂର କରିବା ପାଇଁ ଭାରତ, ପାକିସ୍ତାନ ଏବଂ କାଶ୍ମୀରର ବିଛିନ୍ତବାଦୀ ନେତାଙ୍କ ସହ ଆଲୋଚନା କରିବା ଆବଶ୍ୟକ। ୨୦୧୪ ଜୁନରୁ ମୁଖ୍ୟମନ୍ତ୍ରୀ ଥିବା ମେହେବୁବାଙ୍କ ସରକାରରୁ ବିଜେପିର ସମର୍ଥନ ପ୍ରତ୍ୟାହାର ପରେ ସେଠାରେ ଚାଲିଥିବା ଆତଙ୍କବାଦୀ ଦମନ ପ୍ରକ୍ରିୟାକୁ ସେ ବିରୋଧ କରି ଆସୁଛନ୍ତି। ୪୦ ଜଣ ସିଆରପିଏଫ ସହୀଦ ହେବା ଘଟଣା ପରେ ଦେଶର ଏକମାତ୍ର ମୁସଲମାନ ବହୁଳ ରାଜ୍ୟରେ ସରକାର ଆତଙ୍କବାଦୀଙ୍କୁ ଅସ୍ତ୍ର ତ୍ୟାଗ ନ କଲେ ଗୁଳିର ସାମ୍ନା କରିବାକୁ ପଡିବ ବୋଲି ଆଗରୁ ଚେତାବନୀ ଦେଇସାରିଛନ୍ତି। ଏ ପର୍ଯ୍ୟନ୍ତ ୧୮ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷା ବଳ ନିପାତ କରିଥିବା ସେନା ପକ୍ଷରୁ କୁହାଯାଇଛି। ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ରଏଟରକୁ ସାକ୍ଷାତ୍କାର ଦେଇ ମୁଫତି କହିଛନ୍ତି ଯେ ପାକିସ୍ତାନ ସହ ଭାରତ ପୁଣି କଥାବାର୍ତ୍ତା କରିବା ଆବଶ୍ୟକ କାରଣ ଏବେ ରାଜନୈତିକ ପ୍ରକ୍ରିୟା ଆରମ୍ଭ ନ କଲେ ପରିସ୍ଥିତି ଆହୁରି ଜଟିଳ ହୋଇ ପଡିବ।

Leave A Reply