୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

0

ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ଓଡ଼ିଶାର ତାଳଚେରସ୍ଥିତ ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରାଯାଇଛି ା ନୂଆଦିଲ୍ଲୀଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ବୈଠକରେ ଗେଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶକ ବି.ସି. ତ୍ରିପାଠୀ ଏବଂ ପ୍ରକଳ୍ପ ନିର୍ଦେଶକ ଡ. ଆଶୁତୋଷ କର୍ଣ୍ଣାଟକଙ୍କୁ ନେଇ ଏହି ସମୀକ୍ଷା କରାଯାଇଥିଲା ା
୧୧,୬୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ତାଳଚେର ଫର୍ଟିଲାଇଜର ଲିମିଟେଡ଼ (ଟିଏଫ୍ଏଲ୍) ଦ୍ୱାରା ପୁନରୁଦ୍ଧାର କରାଯାଉଥିବା ଏହି ସାର କାରଖାନାର ୟୁରିଆ ଉତ୍ପାଦନ କ୍ଷମତା ୧.୨୭ ଏମ୍ଏମ୍‌ଟିପିଏ ରହିଛି ା ଫଳରେ ଏହା ଦେଶର ସର୍ବପ୍ରଥମ କୋଇଲା ବାଷ୍ପୀକରଣ
ଆଧାରିତ ପ୍ଲାଣ୍ଟରେ ପରିଗଣିତ ​‌େ​‌ହବ। ତାଳଚେର ସାର କାରଖାନାର ପୁନରୁଦ୍ଧାର ଗେଲ୍, ସିଆଇଏଲ୍, ଆର୍‌ସିଏଫ୍ ଏବଂ ଏଫ୍‌ସିଆଇଏଲ୍‌ର ମିଳିତ ସହଭାଗିତାରେ କରାଯାଉଛି। ଏହି କାରଖାନା ନିମନ୍ତେ ପରିବେଶ ମଞ୍ଜୁରୀ ଏବଂ କୋଇଲା ବାଷ୍ପୀକରଣ ପ୍ରଯୁକ୍ତିର ମନୋନୟନ ସମ୍ପୂର୍ଣ୍ଣ ହୋଇଛି ା ଏ ସମ୍ପର୍କରେ ଟିଏଫ୍‌ଏଲ୍‌ର ସିଇଓ ଜେ.ଏସ୍‌. ସାଇନି କହିଛନ୍ତି ଯେ, କୋଇଲା ବାଷ୍ପୀକରଣ ୟୁନିଟ ପାଇଁ ଟେଣ୍ଡର ମୂଲ୍ୟାଙ୍କନ ସ୍ତରରେ ରହିଛି ା ଏହାଛଡା ଅନ୍ୟାନ୍ୟ ପ୍ରମୁଖ ଆମୋନିଆ ଏବଂ ୟୁରିଆ ପ୍ଲାଣ୍ଟ ଲାଗି ନିଲାମ ଜାରି କରାଯାଇଛି। ଏହି ପ୍ରକଳ୍ପ ପାଇଁ ଏବେ ତାଳଚେର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ସୂଚନାଯୋଗ୍ୟ, ଟିଏଫ୍ଏଲ୍‌ ତାଳଚେର ୟୁନିଟ୍‌ ପାଇଁ କ୍ୟାପ୍ଟିଟି କୋଇଲା ବ୍ଲକ ଆବଣ୍ଟନ କରାଯାଇଛି। ଏହି ବ୍ଲକର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ା ତେବେ କାରଖାନାର ନିରନ୍ତର ପରିଚାଳନା ନିମନ୍ତେ ଫିଡ୍‌ ଷ୍ଟକର ଯୋଗାଣ ସ୍ଥିରତା ସୁନିଶ୍ଚିତ କରିବ। ଏକ ମାସ ମଧ୍ୟରେ ତାଳଚେର ପ୍ରକଳ୍ପ ପୂର୍ଣ୍ଣ ପରିଯୋଜନା ଆରମ୍ଭ ହେବାର ସମ୍ଭାବନା ରହିଛି ା ଆସନ୍ତା ୨୦୨୨ ସୁଦ୍ଧା ଏହି ୟୁନିଟ୍‌ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।
୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ…

Leave A Reply