ଅନ୍ୟ କେଉଁ ସବୁ ଦେଶରେ ଅଛି ତାଜମହଲ

0

ନୂଆଦିଲ୍ଲୀ : ପୃଥିବୀର ସପ୍ତାଶ୍ଚାର୍ଯ୍ୟ ମଧ୍ୟରୁ ଭାରତର ଏକମାତ୍ର ସ୍ଥାନ ତାଜମହଲ। ତାଜମହଲ ପରି ଦେଖିବାକୁ କେତେକ ସ୍ଥାନ ଭାରତ ବାହାରେ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଆମ ଦେଶ ତାଜମହଲ ପରି ଅନ୍ୟ କେଉଁ ଦେଶରେ ତାଜମହଲ ରହିଛି।
ବଙ୍ଗଳାଦେଶ- ଆମ ପଡୋଶୀ ଦେଶ ବଙ୍ଗଳାଦେଶରେ ମଧ୍ୟ ତାଜମହଲ ରହିଛି। ଏହି ତାଜମହଲ ବଙ୍ଗଳାଦେଶର ରାଜଧାନୀ ଢାକା ଠାରେ ରହିଛି। ଏହାକୁ ଚଳଚ୍ଚିତ୍ର ନିଦେର୍ଶକ ହରଉଲ୍ଲାସ ମୋନୀ ୨୦୦୮ ମସିହାରେ ନିର୍ମାଣ କରିଥିଲେ।
ବ୍ରିଟେନ- ବ୍ରିଟେନରେ ଥିବା ରୟଲ ପାବିଲିୟନ ଅଟ୍ଟାଳିକା ୧୭୮୭ରେ ଆରମ୍ଭ ହୋଇଥିଲା। ଏହି ଅଟ୍ଟାଳିକାକୁ ବ୍ରିଗହଟନ ପାଭିଲିୟନ ବୋଲି ମଧ୍ୟ କୁହାଯାଏ। ପୃଥିବୀର ସପ୍ତାଶ୍ଚାର୍ଯ୍ୟ ମାନଙ୍କ ମଧ୍ୟରୁ ଏହି ଅଟ୍ଟାଳିକା ରହିିଥିଲା।
ଦୁବାଇ- ଦୁବାଇରେ ଥିବା ତାଜ ଇମରିଆ ନାମକ ଏକ ଅଟ୍ଟାଳିକା ଭାରତର ତାଜମହଲ ସଦୃଶ। ଏହି ୨୦ ମହଲା ବିଶିଷ୍ଟ ଅଟ୍ଟାଳିକାରେ ୩୫୦ଟି ଘର ରହିଛି। ଏହା ଦୁବାଇର ଶୋଭା ଆହୁରି ବଢାଇବ ବୋଲି ଆଶା କରାଯାଉଛି।
ଚୀନ- ଭାରତର ସମସ୍ତ କ୍ଷେତ୍ରରେ ପ୍ରତିଯୋଗିତା ସୃଷ୍ଟି କରୁଥିବା ଚୀନ ତାଜମହଲ ତିଆରି କରିବାରେ ମଧ୍ୟ ପଛଘୁଞ୍ଚା ଦେଇନାହିଁ। ସେନଇନ ବଗିଚା ଠାରେ ତାଜମହଲ ନିର୍ମାଣ କରାଯାଇଛି। ଏହା ସମ୍ପୁର୍ଣ୍ଣ ଧଳା ମାର୍ବଲରେ ନିର୍ମାଣ କରାଯାଇଛି।

Leave A Reply