Home Tags Vigilance raid

Tag: vigilance raid

କେନ୍ଦୁଝର : ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ବୈତରଣୀ ଜଳସେଚନ ବେସିନ ଶାଳପଡା ଡିଭିଜନ ସହକାରୀ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଚଢାଉ କରାଯାଇଛି। ତାଙ୍କର ଶାଳପଡା ଘର, ସରକାରୀ କ୍ବାର୍ଟର୍ସ ଓ ଅଫିସରେ ଏକାସହ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି।କେନ୍ଦୁଝର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୪ଟି ଟିମ୍ ଏହି ଚଢ଼ାଉ କରିଛି।
ନବରଙ୍ଗପୁର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଝରିଗାଁ ଲ୍ୟାମ୍ପସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଝରିଗାଁ ଲ୍ୟାମ୍ପସ ସମ୍ପାଦକ ଗୟା ନାରାୟଣ ମାଟିଆଙ୍କ ଘର ସମେତ ୮ଟି ସ୍ଥାନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ଚଢଉ କରିଛି।  କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ନୂଆପଡା ଆଦି ସ୍ଥାନର ୫୦ ଜଣିଆ ଭିଜିଲାନ୍ସ ଟିମ ପକ୍ଷରୁ ଚଡଉ ଜାରି ରହିଛି। ଗୟା ନାରାୟଣଙ୍କର...
ଯାଜପୁର : ଯାଜପୁର ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସର କିରାଣୀଙ୍କ ଘ​‌ରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। କିରାଣୀଙ୍କ ନାମ ଚିନ୍ମୟ ବେହୁରା। ମଙ୍ଗଳବାର ଦିନ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୫ଟି ଟିମ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ସୂଚନାଯୋଗ୍ୟ ଯେ, ଯାଜପୁର ଜିଲା କାଳିଆପାଣି କରି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ କିରାଣୀ ଥିବ ଚିନ୍ମୟଙ୍କ ନାମରେ ପୂର୍ବରୁ ବହୁ ଦୁର୍ନୀତି ଅଭିଯୋଗ...
ଝାରସୁଗୁଡ଼ା : ଝାରସୁଗୁଡ଼ା ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର କବିଚରଣ ନାୟକ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କବିଚରଣ ପଟ୍ଟା ସଂଶୋଧନ କରାଇଦେବା ନା’ରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ସାରସମାଲର ବସୁଦେବ ମହାନନ୍ଦ ତହସିଲ କାର୍ଯ୍ୟାଳୟରେ ପଟ୍ଟା ସଂଶୋଧନ ପାଇଁ ଆବେଦନ କରିଥିଲେ। ଏହି କାମ କରାଇଦେବା ପାଇଁ କବିଚରଣ ତାଙ୍କଠାରୁ...
କନ୍ଧମାଳ : ଫୁଲବାଣୀ ପୌରପରିଷଦର କନିଷ୍ଠ କିରାଣୀ ଶରତ ଚନ୍ଦ୍ର ସେଠୀଙ୍କୁ ଭିଜିଲାନ୍ସ ଟିମ୍‍ ଗିରଫ କରିଛି। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଫୁଲବାଣୀ ଭିଜିଲାନ୍ସ ଟିମ୍‍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝାଡ଼ୁଦାର ସ୍ୱର୍ଗତ ଚିତ୍ରସେନଙ୍କ ପେନ୍‍ସନ୍‍ ବାବଦକୁ ବାକିଥିବା ୮୦ ହଜାର ଟଙ୍କାର ଅର୍ଥରାଶି ମଞ୍ଜୁର କରାଇବା ପାଇଁ ତାଙ୍କ ପୁଅ ଗୁପ୍ତେସ୍ୱର ମୁଖୀଙ୍କ ଠାରୁ ଶରତ ୪୦ ହଜାର...
ରାୟଗଡା: ଭିଜିଲାନ୍ସ ଜାଲରେ ଗୁଣୁପୁର ଆଇଟିଡିଏର କନିଷ୍ଠ ଯନ୍ତ୍ରୀ। କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ଘରେ ଭିଜିଲାନ୍ସ ଟିମ ଚଢଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ବୁଧବାର ସକାଳେ ତାଙ୍କ ଘରେ ଚଢଉ କରିଥିଲେ। ଗଗନଙ୍କ ବ୍ରହ୍ମପୁର ସିଦ୍ଧାର୍ଥ ନଗର ବାସଭବନ, ବ୍ରହ୍ମପୁର କୋ-ଅପରେଟିଭ କଲୋନୀସ୍ଥିତ ପୈତୃକ ଘର, ଶଶ୍ବର ଘର, ସରକାରୀ ବାସଭବନ ଓ ଗୁଣୁପୁର କାର୍ଯ୍ୟାଳୟରେ ଏକକାଳୀନ ଭିଜିଲାନ୍ସ ଚଢଉ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी