Home Tags Vigilance

Tag: vigilance

କେନ୍ଦୁଝର : କେନ୍ଦୁଝର ଜିଲା ଚମ୍ପୁଆ ଆରଏମ୍‌ସିର ଆକାଉଣ୍ଟାଣ୍ଟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କ ନାମ ହେଉଛି ଜନାର୍ଦ୍ଦନ ପୃଷ୍ଟି। ସେ ଜଣଙ୍କ ଠାରୁ ୫୦୦୦ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ କେନ୍ଦୁଝରର ଭିଜିଲାନ୍ସ ଟିମ ତାଙ୍କୁ ଧରି ଥିଲେ। ଏହାପରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
ରାଉରକେଲା : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ବ୍ରାହ୍ମଣୀ ତରଙ୍ଗ ଥାନା ଏଏସ୍ଆଇ ଧରାପଡିଛନ୍ତି। ତାଙ୍କ ନାମ ହେଉଛି ମଧୁ ପାତ୍ର। ସେ ଏକ କେସ ପାଇଁ ଜଣଙ୍କ ଠାରୁ ୫୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ ହାତରେ ଧରାପଡିଥିଲେ। ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଏଏସଆଇ ଲାଲୁ ରାମ ନାମକ ଜଣେ ବ୍ୟକ୍ତିଙ୍କୁ ମିଥ୍ୟା କେସରେ ଫସାଇ ଦେବାକୁ ଧମକ ଦେଇ ୫୦୦୦ଟଙ୍କା ଲାଞ୍ଚ...
ନୂଆପଡା : ଭିଜିଲାନ୍ସ ହାତରେ ଜଣେ ଡିଏସପି ଧରାପଡିଛନ୍ତି। ସେ ହେଉଛନ୍ତି ନୂଆପଡାର ଡିଏସପି ରବିନ୍ଦ୍ର ସେଠୀ। ଡିଏସପି ଜଣଙ୍କ ଠାରୁ ଜାତିଆଣ ମାମଲାରେ ସହାୟତା ପାଇଁ ଜଣଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ତାଙ୍କର ଜଗତସିଂହପୁର କୁଜଙ୍ଗସ୍ଥିତ ପୈତୃକ ବାସଭବନରେ ଚଢାଉ କରାଯାଇଛି। ଏହାସହ ନୂଆପଡା ସରକାରୀ ବାସଭବନ ସମେତ କାର୍ଯ୍ୟାଳୟରେ ମଧ୍ୟ ଚଢାଉ...
ଭୁବନେଶ୍ବର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ପୁଲିସ ଏସ୍ଆଇ ଧରାପଡିଛନ୍ତି। ଧଉଳି ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଦୀପ ମହଲା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି।
ପୁରୀ : ଭିଜିଲାନ୍ସ ହାତରେ କିରାଣୀ ଧରାପଡ଼ିଛନ୍ତି। ଜିଲା ଶିକ୍ଷା ବିଭାଗର କିରାଣୀ ଚିତ୍ତରଞ୍ଜନ ଖୁଣ୍ଟିଆ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ ଶିକ୍ଷୟିତ୍ରୀଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିବା ଜଣାପଡ଼ିଛି।
ସୋର : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲିଆପାଳ ପଞ୍ଚୁପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢଉ କରାଯାଇଛି। ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ନାମ ମନୋରଞ୍ଜନ ବାରିକ। ଗୁରୁବାର ସକାଳୁ ମନୋରଞ୍ଜନଙ୍କ ବାହାନଗା ସ୍ଥିତ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଏକକାଳୀନ ଚଢ଼ଉ କରିଛି।  ଚଢଉ ଜାରି ରହିଥିବାରୁ ଜବତ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିନାହିଁ।
ଖୋର୍ଦ୍ଧା : ଭିଜିଲାନ୍ସ ଦ୍ୱାରା ଜଟଣୀ ପୌର ନିର୍ବାହୀ ଅଧିକାରୀ ଗିରଫ ହୋଇଛନ୍ତି। ତାଙ୍କ ନାମ ଲଳିତା କାପୁର।୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଟଙ୍କା ପାଇଁ ଲାଞ୍ଚ ନେଉଥିଲେ।
ଭବାନୀପାଟଣା: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭବାନୀପାଟଣାର ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଡେପୁଟି ମ୍ୟାନେଜର ମଙ୍ଗୁଳି ଚରଣ ବେହେରାଙ୍କ ଘରେ ଶନିବାର ସକାଳେ ଭିଜିଲାନ୍ସର ଟିମ ପହଞ୍ଚି ଚଢଉ କରିଥିଲା । ଭବାନୀପାଟଣାସ୍ଥିତ ତାଙ୍କ ବାସଭବନ, କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ଘର ସମେତ ନିଶ୍ଚିନ୍ତକୋଇଲିରେ ଥିବା ପୈତୃକ ଘରେ ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ଚଢଉ କରିଛି । ଖବର...
ଝାରସୁଗୁଡା : ଭିଜିଲାନ୍ସ ହାତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଧରାପଡିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଉଷାରାଣୀ ଦାସ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ହସ୍ପିଟାଲରେ ସିଭିଲ କାମର ବିଲ ପାସ୍ କରାଇବା ପାଇଁ ଦେବାନନ୍ଦ ବାରିକଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଦେବାନନ୍ଦ ଝାରସୁଗୁଡା ଭିଜିଲାନ୍ସ ଟିମକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଉଷାରାଣୀ ସଦର ହସ୍ପିଟାଲରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି...
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସହକାରୀ ଅଡିଟ ଅଫିସର ଆର୍ତ୍ତବନ୍ଧୁ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଶନିବାର ଅପରାହ୍ନରେ ମାଲକାନଗିରି ରୁ ଫେରୁଥିବା ବାଟରେ ତାଙ୍କୁ ଭିଜିଲାନ୍ସ ଟିମ ଅଟକାଇ ଗିରଫ କରିଛି । ତାଙ୍କ ନିକଟରୁ ୭ଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଛି । ଅଧିକ ତଥ୍ୟ ହାସଲ ପାଇଁ ପଚରା ଉଚୁରା ଜାରି ରହିଛି...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी