Home Tags Train

Tag: train

ରାଉରକେଲା : ରାଉରକେଲା ଜିଲାର ମାଲଗୋଦାମ ନିକଟରେ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଟ୍ରେନଟି ସିମେଣ୍ଟ ନେଇ ରାୟପୁରରୁ ପଶ୍ଚିମବଙ୍ଗ ଯାଉଥିଲା। ସେହି ସମୟରେ ଦୁଇଟି ବଗି ଟ୍ରାକ ଉପରେ ଲାଇନଚ୍ୟୁତ ହୋଇଥିଲା। ଖବର ପାଇ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରେନର ବଗି ଗୁଡିକୁ ଯୋଡି ଥିଲେ। ଏହାପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ମାଲବାହୀ ଟ୍ରେନରୁ ବଗି କେଉଁ...
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫନି ପାଇଁ ଜନଜୀବନ ଖୁବ ପ୍ରଭାବିତ ହେଉଛି। ବାତ୍ୟା ପ୍ରଭାବରେ ରେଳସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। କ୍ଷୟକ୍ଷତି କାରଣରୁ ପୂର୍ବରୁ ଟ୍ରେନ ବାତିଲ କରାଯାଇଥିବା ବେଳେ ମଙ୍ଗଳବାର ପୁଣି ପୂର୍ବତଟ ରେଲୱେ ୭ଟି ଟ୍ରେନ ବାତିଲ କରିଛି। ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ,ନୀଳାଚଳ ଏକ୍ସପ୍ରେସ,ପୁରୀ-ସାଲିମାର ଏକ୍ସପ୍ରେସ, ପୂର୍ବରୁ ୬ରେ ଯିବାକୁ ଥିବା ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ, ବୁଧବାର ଯିବାକୁ ଥିବା ଚେନ୍ନାଇ-ସନ୍ତ୍ରାଗାଚ୍ଛି ଏକ୍ସପ୍ରେସ, ବାତିଲ...
କଲ୍ୟାଣସିଂହପୁର : ଯାନ୍ତ୍ରିତ ତ୍ରୁଟି ଯୋଗୁଁ କେଉଟଗୁଡା ଷ୍ଟେସନରେ ଏକ ମାଲଗାଡି ଅଟକି ରହିଛି ।  ଗୁରୁବାର ସକାଳେ କୋଇଲା ନେଇ ରାୟଗଡ଼ାରୁ ଦାମନଯୋଡ଼ିର ନାଲ୍‌କୋ ଅଭିମୁଖେ ଯାଉଥିବା ବେଳେ ଇଞ୍ଜିନ ଅଚଳ ହୋଇ ଟନେଲ୍ ମଧ୍ୟରେ ମାଲ୍‌ଗାଡ଼ିଟି ଅଟକି ଯାଇଥିଲା। ଫଳରେ କୋରାପୁଟ-ରାୟଗଡ଼ା ଦେଇ ରେଳ ଚଳାଚଳ ବନ୍ଦ ରହିଛି । ଜଗଦଳପୁର-ହାଓ୍ବଡା ସମଲେଶ୍ୱରୀ ଏକ୍ସପ୍ରେସ୍‌ କେଉଟଗୁଡ଼ା, ବିଶାଖାପାଟଣା-କୋରାପୁଟ ଡିଏମ୍‌ୟୁ ଶିକରପାଇ ଏବଂ କୋରାପୁଟ-ବିଶାଖାପାଟଣା ଡିଏମ୍‌ୟୁ ଭାଲୁମାସ୍କା...
କଟକ : ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସ ଇଞ୍ଜିନ। ମଙ୍ଗଳବାର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାଉଥିବା ବେଳେ କାଠଯୋଡ଼ି ବ୍ରିଜ ଉପରେ ଏଭଳି ଘଟଣା ଘଟିଥିଲା। ଫଳରେ ବ୍ରିଜ ଉପରେ ବଗିଗୁଡ଼ିକ ଅଟକି ରହିଥିଲା। ଏ ନେଇ ରେଲୱେ କର୍ତ୍ତୃପକ୍ଷଙ୍କୁ ଖବର ମିଳିବା ପରେ ଘଟଣାସ୍ଥଳକୁ କର୍ମଚାରୀ ପଠାଯାଇଥିଲା। କିଛି ସମୟ ମଧ୍ୟରେ ମରାମତି କରାଯିବା ପରେ ପୁଣି ଇଞ୍ଜିନ ସହ ଟ୍ରେନ ଗଡ଼ିଥିଲା। ଏଭଳି...
ରାଉରକେଲା : ଏକ ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବନ୍ଧମୁଣ୍ଡା ଡି କ୍ୟାବିନ୍ ନିକଟରେ ଗାର୍ଡ ବଗି ସହ ୫ଟି ବଗି ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନ୍ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେଳବିଭାଗ କର୍ମଚାରୀ ପହଞ୍ଚି ବଗି ଉଠାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ପେଥାଇ’ ପାଇଁ ରେଲୱେ କର୍ତ୍ତୁପକ୍ଷଙ୍କ ତରଫରୁ କିଛି ଟ୍ରେନ ଉପରେ କଟକଣା ଲାଗୁ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନକୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବା ବ୍ୟବସ୍ଥା ମଧ୍ୟ ହୋଇଛି। ହାୱଡ଼ା – ଚେନ୍ନାଇ ମେଲ ନୂଆପଡ଼ାରୁ ଯାଇ ବିଜୟନଗରମରେ ରହିବ। ସାଲିମାର – ତ୍ରିଭେନ୍ଦ୍ରମ ଏକ୍ସପ୍ରେସ ପଲାସାରେ ନିୟନ୍ତ୍ରିତ ହେବ। ହାୱଡ଼ା - ଯଶୋବନ୍ତପୁର ଏକ୍ସପ୍ରେସ ବିଶାଖାପାଟଣାରେ ରହିବ। ଭୁବନେଶ୍ୱର –...
ଭୁବନେଶ୍ବର : ସାମୁଦ୍ରିକ ଝଡ଼ ତିତଲିର ଗତି ପରିବର୍ତ୍ତନ ସତ୍ତ୍ବେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ସ୍ଥିତି ସଙ୍ଗୀନ ହୋଇ ଉଠିଛି। ଟ୍ରେନ୍ ଲାଇନ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରେଳବାଇ କର୍ତ୍ତୃପକ୍ଷ ୧୬ଟି ଟ୍ରେନ୍ ଚଳାଚଳ ବାତିଲ କରିଛନ୍ତି। ଅନ୍ୟ କେତେକ ଟ୍ରେନର ଚଳାଚଳ ସମୟ ପରିବର୍ତ୍ତନ କରାଯାଇଛି। ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,...
ରାୟଗଡା: ବିଦ୍ୟୁତ ତାର ଛିଣ୍ଡି ୩ଟ୍ରେନ ଅଟକି ରହିଛି। ରାୟଗଡା ଜିଲା କାଶୀପୁର ବ୍ଲକ ଭାଲୁମସ୍କା ଲିଲିଗୁମା ମଧ୍ୟରେ ଟ୍ରେନର ବିଦ୍ୟୁତ ତାର ଛିଣ୍ଡି ଯାଇଛି। ଏଥି ଯୋଗୁଁ ୩ଟି ଟ୍ରେନ ଅଟକି ରହିଛି। ହିରାଖଣ୍ଡ ଏକ୍ସପ୍ରେସ ଭାଲୁମସ୍କାରେ ଅଟକି ରହିଥିବା ଜଣାପଡିଛି। ସେହିପରି ରାଉରକେଲା ଏକ୍ସପ୍ରେସ ଟିକିରିଠାରେ ଅଟକି ରହିବା ସହ ବିଶାଖାପାଟଣା-କୋରାପୁଟ ଡିଏମୟୁ ମଧ୍ୟ ଅଟକି ରହିଛି।

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी