Home Tags Puri

Tag: puri

ପୁରୀ : ଜିଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଜୟନ୍ତ କୁମାର ଦାସ ନିର୍ବାଚନୀ ହିଂସାର ଶିକାର ହୋଇଛନ୍ତି । ମଙ୍ଗଳବାର ସକାଳେ କିଛି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜେଡି କର୍ମୀ ଜୟନ୍ତଙ୍କୁ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି । ଏହାକୁ ନେଇ ପୁରୀ ପେନ୍ଥାକଟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି...
ପୁରୀ : ସୁରକ୍ଷା ବଳୟ ଭାଙ୍ଗି ଶ୍ରୀମନ୍ଦିର ଉପରେ ଚଢିଥିବା ଯୁବକଙ୍କୁ ସିଂହଦ୍ୱାର ପୁଲିସ ଅଟକ ରଖିଛି । ଯୁବକ ଜଣଙ୍କ ମାନସିକ ବିକାରଗସ୍ତ ଥିବା ପୁଲିସ କହିଛି । ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ ଜଣେ ଯୁବକ ହଠାତ୍ ଶ୍ରୀମନ୍ଦିର ଉପରକୁ ଚଢି ଯାଇଥିଲେ । ଏହା ଦେଖି କିଛି ଭକ୍ତ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଉକ୍ତ ଯୁବକକୁ ତଳକୁ ଆଣିବା ପରେ ଥାନାରେ...
ପୁରୀ : ପୁରୀ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ଗୁପ୍ତ ନୀତି ଖସାପଡ଼ା ସୋମବାର  ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀଜିଉଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭକ୍ତମାନେ ଏହି ସମୟରେ ମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।
ପୁରୀ : ଶ୍ରୀମନ୍ଦିରରେ ଗୁରୁବାର ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୁପ ସରିବା ପରେ ଦତ୍ତ ମହାପାତ୍ର ସେବକ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ଶୈଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ସୂଚନା ଅନୁଯାୟୀ, ବନକଲାଗି ନୀତି ମହାପ୍ରଭୁଙ୍କର ଏକ ଗୁପ୍ତ ସେବା ଓ ପ୍ରାୟ ଚାରିଘଣ୍ଟାର ସେବା ହୋଇଥାଏ। ଏହି କାରଣରୁ ଅପରାହ୍ନ...
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ବସିବ। ଦିନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏହି ବୈଠକରେ ୨୦୧୯-୨୦ ପାଇଁ ଶ୍ରୀମନ୍ଦିର ବଜେଟ ଉପସ୍ଥାପନା ହେବ। ସୂଚନା ଅନୁଯାୟୀ, ଏହାସହ ସେବାୟତଙ୍କ ବିକାଶ, କର୍ପସ ଫଣ୍ଡ ବୁଦ୍ଧି, ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ଜିଲ୍ଲାପାଳ,...
ଆବଶ୍ୟକ ସାମଗ୍ରୀ ଅଟା – ୫କପ କଦଳୀ – ୨ଟି ଗୋଟା ଜିରା - ଅଳ୍ପ ଅଦା ଓ କଞ୍ଚା ଲଙ୍କା ବଟା – ୧ଚାମଚ ଲୁଣ - ଆବଶ୍ୟକ ପରିମାଣରେ ଘିଅ - ୨ଚାମଚ ତେଲ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଏକ ପାତ୍ରରେ ଅଟା, କଦଳୀକୁ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହା ପରେ ଏଥିରେ ଲୁଣ, ଅଦା, କଞ୍ଚା ଲଙ୍କା ବଟା, ଜିରା, ଘିଅ ପକାଇ ଗୋଳାଇ ଦିଅନ୍ତୁ। ଏହା...
ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ଗୋବର୍ଦ୍ଧନ ପୀଠରେ ବୈଠକ ଆରମ୍ଭ ହୋଇଛି। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁଯାୟୀ, ଗଜପତି ମହାରାଜ ଶ୍ରୀ ଦିବ୍ୟ ସିଂହ ଦେବ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପି.କେ ମହାପାତ୍ର, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଓ ବରିଷ୍ଠ ସେବାୟତ ଏହି ବୈଠକରେ ଉପସ୍ଥିତ ରହିଛନ୍ତି।
ପୁରୀ : ଶ୍ରୀମନ୍ଦିରର ଦଇତାପତି ନିଯୋଗର ନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୩ଟା ଯାଏ ଚାଲିବ। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ସ୍ୱତନ୍ତ୍ର କକ୍ଷରେ ମତଦାନ ଚାଲିଛି। ପ୍ରଥମଥର ପାଇଁ ୧୫ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚନ ମାଧ୍ୟମରେ ଚୟନ କରାଯାଉଛି। ନିଯୋଗର ୧୨୦ ଜଣ ସଦସ୍ୟ ଏଥିପାଇଁ ମତଦାନ କରୁଛନ୍ତି। ପରେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ...
ପୁରୀ : ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛନ୍ତି। ଏଥିସହ ନୀତି ସବ କମିଟି ଓ ପରିଚାଳନା କମିଟିର ଅନୁମୋଦନ କ୍ରମେ ପ୍ରସ୍ତୁତ ନୀତି ନିର୍ଘଣ୍ଟ ପଠାଯାଇଛି। ଶ୍ରୀଜିଉଙ୍କ ଦୈନନ୍ଦିନ ନୀତି ନିର୍ଦ୍ଧାରିତ ସମୟରେ କରିବା ପାଇଁ ସମସ୍ତ ପାଳିଆ ସେବକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ ରହିଛି। କୌଣସି ପରିସ୍ଥିତିରେ ନୀତି ଯେପରି ବିଳମ୍ବ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी