Home Tags Odisa news

Tag: odisa news

ଭଞ୍ଜନଗର : ଭଞ୍ଜନଗର ଓଏସଆରଟିସିର ଠିକା କର୍ମଚାରୀମାନେ ଦରମା ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ଆନ୍ଦୋଳନ କରିଛନ୍ତି। ୭ମାସର ବକେୟା ଦରମା ନମିଳିବାରୁ ସେମାନେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ଦେଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କୁ ୭ମାସର ଦରମା ନମିଳିବାରୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କମ୍ପାନୀ ସେମାନଙ୍କର ବକେୟା ଟଙ୍କା ନଦେବାରୁ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏନେଇ କମ୍ପାନୀ କୌଣସି...
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ସକରାତ୍ମକ ପ୍ରଭାବ ଭାରତୀୟ ତୈଳ ବଜାରରେ ପଡିଛି। ଫଳରେ ରବିବାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇ ଚଳିତ ବର୍ଷର ସର୍ବନିମ୍ନସ୍ତରରେ ପହଞ୍ଚିଛି। ରବିବାର ପେଟ୍ରୋଲ ଦର ଲିଟର ପିଛା ୨୨ ପଇସା ଏବଂ ଡିଜେଲ ଦର ଲିଟର ପିଛା ୨୩ ପଇସା ହ୍ରାସ ପାଇଛି। ପେଟ୍ରୋଲିୟମ କମ୍ପାନୀଗୁଡ଼ିକର ଅଧିସୂଚନା ଅନୁସାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ...
ନୂଆଦିଲ୍ଲୀ : ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ନୂଆ କ୍ଲାଉଡ ଷ୍ଟୋରେଜ ସେବା ଗୁଗଲ ୱାନ ଆରମ୍ଭ କରିଛି। ଇଣ୍ଟରନେଟ ଦୁନିଆରେ ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ଫଟୋ, ଜି-ମେଲ ଓ ଗୁଗଲ ଡ୍ରାଇଭରେ ୧୦୦ଜିବି ରୁ ୩୦ ଜିବି ପର୍ଯ୍ୟନ୍ତ ଷ୍ଟୋର ରହିପାରିବ। କମ୍ପାନୀର କହିବା ଅନୁସାରେ ଭାରତରେ ୧୦୦ ଜିବି, ୨ଟିବି, ୩୦ଟିବିର ପ୍ଲାନ ଉପଲବ୍ଧ ରହିବ। ପ୍ଲାନର ମୂଲ୍ୟ ୧୦୦ଜିବି ପାଇଁ...
ଆଠମଲ୍ଲିକ : ଅନୁଗୋଳ ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅଞ୍ଚଳରେ ଏକ ନବଜାତ ଶିଶୁ ଉଦ୍ଧାର କରାଯାଇଛି । କିଆକଟା ବାରେଣି ସୁଵର୍ଣପୁର ଜଙ୍ଗଲ ନିକଟରେ ଥିବା ଏକ ଜମିରୁ ଏହି ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ଥିଲା । ଗୁରୁବାର ସକାଳେ ଗାଁ’ର ପତି ବିଶ୍ବାଳ ଶୌଚ ହେବାପାଇଁ ଯାଇଥିବା ବେଳେ ଶିଶୁପୁତ୍ର ଟି କାନ୍ଦୁଥିବା ଦେଖିଥିଲେ । ପରେ ୧୦୨ ଆମ୍ବୁଲାନ୍ସ ଡାକି ବୌଦ୍ଧ ଡାକ୍ତରଖାନାକୁ...
ମେଷ: ଅଭାବ ଦୂରେଇ ଯିବ। ଯଶସ୍ୱୀ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବିବାଦରେ ବିଜୟୀ ହେବେ। ବୃଷ: ସଂପର୍କ ଦୃଢ଼ୀଭୂତ ହେବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିଥୁନ:...
ଅକ୍ଟୋବର ୪ ତାରିଖ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ଦୈନିକ ‘ସମାଜ’ର ଜନ୍ମଦିନ। ୧୯୧୯ଠାରୁ ସୁଦୀର୍ଘ ଆରମ୍ଭ କରିଥିବା ‘ସମାଜ’ ଚଳିତବର୍ଷ ୪ ଅକ୍ଟୋବର ୨୦୧୮ରେ ପାଳନ କରିବାକୁ ଯାଉଛି ଉତ୍କର୍ଷର ୯୯ ବର୍ଷପୂର୍ତ୍ତି ଉତ୍ସବ। ସେହିଦିନଠାରୁ ’ସମାଜ’ ୧୦୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏହି ମହାର୍ଘ ସନ୍ଧ୍ୟାରେ କଟକସ୍ଥିତ ସହିଦ୍ ଭବନରେ ଯେଉଁ ସାଧାରଣ ସଭା ଆୟୋଜନ କରାଯାଇଛି, ସେଥିରେ ପୌରୋହିତ୍ୟ କରିବାକୁ ସ୍ବୀକୃତି...
ନୂଆଦିଲ୍ଲୀ : ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମ୍‍ୟୁ) ଛାତ୍ରଙ୍କ ପ୍ରତି ‘ମୌଳିକ ପରମ୍ପରା’ ଆଧାରରେ ପ୍ରଶାସନ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ବିଶ୍ୱବିଦ୍ୟାଳୟର ସାର୍‍ ଶାହା ସୁଲେମାନ ହଲ୍‍ ଛାତ୍ରାବାସରେ ରହୁଥିବା ଅନ୍ତେବାସୀମାନେ ଏଣିକି ଛୋଟ ପୋଷାକ କିମ୍ବା ସ୍ଲିପର ଚପଲ ପିନ୍ଧି କୋଠରିରୁ ବାହାରି ପାରିବେ ନାହିଁ। ସେହିଭଳି କୁର୍ତ୍ତା ବଦଳରେ କେବଳ ସେର୍‍ୱାନି ବ୍ୟବହାର କରିବାକୁ କୁହାଯାଇଛି। ଉତ୍ସବାନୁଷ୍ଠାନରେ କଳା ସେର୍‍ୱାନି ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।...
ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟକୁ ପର୍ଯ୍ୟାୟକ୍ରମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଉଛି। ୨୦୧୭-୧୮ ଶିକ୍ଷାବର୍ଷରେ ୨୬ଟି ବିଦ୍ୟାଳୟକୁ ଉନ୍ନୀତ କରାଯାଇ ଯୁକ୍ତ ୨ ପାଠପଢା ଆରମ୍ଭ ହୋଇଥିବା ବେଳେ ଚଳିତ ଶିକ୍ଷାବର୍ଷରେ ଆହୁରି ଅଧିକ ୨୧ଟି ବିଦ୍ୟାଳୟରେ ଯୁକ୍ତ୨ ପାଠ୍ୟକ୍ରମ ଆରମ୍ଭ ହେବ। ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପ୍ରଦାନ ସହ ଭିତ୍ତିଭୂମିର...
ୱାଶିଂଟନ : ଆମେରିକାର ପଶ୍ଚିମ ପଟ ଆଟଲାଣ୍ଟିକ୍‍ ମହାସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ସାମୁଦ୍ରିକ ଝଡ଼ରେ ପରିବର୍ତ୍ତିତ ହୋଇଛି। ଏହି ଝଡ଼ର ନାମ ଫ୍ଲୋରେନ୍ସ ରଖାଯାଇଛି। ଗୁରୁବାର ରାତିରେ କିମ୍ବା ଶୁକ୍ରବାର ସକାଳେ ଏହା ଆମେରିକାର ଦକ୍ଷିଣ-ପଶ୍ଚିମ ଭୂଖଣ୍ଡକୁ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏବେ ଏହି ସାମୁଦ୍ରିକ ଝଡ଼ ଘଣ୍ଟାକୁ ୭୫ କିଲୋମିଟର ବେଗରେ ଗତି କରୁଛି। ସୋମବାର ରାତି ସୁଦ୍ଧା ଫ୍ଲୋରେନ୍ସ...
ନୂଆଦିଲ୍ଲୀ : ଅଲୱର ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ଜଣେ ବ୍ୟକ୍ତିଙ୍କୁ ହତ୍ୟା ସମ୍ବନ୍ଧୀୟ ମାମଲାର ଶୁଣାଣି ରାଜସ୍ଥାନ ବାହାରର କୌଣସି କୋର୍ଟକୁ ସ୍ଥାନାନ୍ତର କରିବା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି। ହତ୍ୟାର ଶିକାର ହୋଇଥିବା ରକବର୍‍ ଖାନଙ୍କ ପିତା ତଥା ଘଟଣାର ମୁଖ୍ୟ ସାକ୍ଷୀଙ୍କ ପକ୍ଷରୁ କରାଯାଇଥିବା ଏହି ଆବେଦନ ଉପରେ ଶୁଣାଣି କରିବା ନିମନ୍ତେ ସର୍ବୋଚ୍ଚ ଅଦାଲତ ସହମତି ଦେଇଛନ୍ତି। ସ୍ଥାନୀୟ ଜଣେ ବିଜେପି...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी