Home Tags News

Tag: news

ବଲାଙ୍ଗୀର : ବଲାଙ୍ଗୀର ପ୍ୟାଲେସ ଲାଇନ ଅଞ୍ଚଳରୁ ରବିବାର ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକମାନେ ଶିଶୁକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମେଡ଼ିକାଲରେ ଶିଶୁଟିର ପ୍ରାର୍ଥମିକ ଚିକିତ୍ସା କରାଯାଉଛି। ସୂଚନା ଯୋଗ୍ୟ, ସକାଳ ସମୟରେ ଏକ ଦମ୍ପତ୍ତି ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଏକ ଛୁଆର କାନ୍ଦିବା ସ୍ୱର ଶୁଣିବାକୁ ପାଇଥିଲେ। ସ୍ୱର ଶୁଣିବା ପରେ ସେମାନେ ପୁଲିସକୁ...
ନୟାଗଡ଼ : ନୟାଗଡ଼ କନଡ଼ି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁକୁ ଆମ୍ବୁଲାନ୍ସ ନଯାଇପାରିବାରୁ ଜଣେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ଅଣାଯାଇଥିଲା। ଫଳରେ ବିଳମ୍ବ ହେବା କାରଣରୁ ଆମ୍ବୁଲାନ୍ସରେ ମହିଳାଜଣକଙ୍କର ପ୍ରସବ ହୋଇଥିଲା। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ପ୍ରସବ ପରେ ମହିଳାଙ୍କୁ ଦଶପଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ବଣାଇ : ବଣାଇ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥରେ ଶୁକ୍ରବାର ସକାଳ ସମୟରେ ଏକ ଟ୍ରକ ପୋଲ ତଳକୁ ଖସି ପଡ଼ଛି।  କଲେଇପୋଷ ପଟୁ ବାରକୋଟ ଅଭିମୁଖେ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ମତୁଆଲ ପୋଲ ବାଡ଼ା ଭାଙ୍ଗି ନାଳକୁ ଓଲଟି ପଡ଼ିଥିଲା। ଏଥିରେ ଚାଳକ ଅଳ୍ପକେ ରକ୍ଷା ପାଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ...
ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ବିବାହ ଭୋଜି ଖାଇ ବର କନ୍ୟାଙ୍କ ସମେତ ୩୦ ଜଣ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ସମସ୍ତ ଅସୁସ୍ଥ ମାନଙ୍କୁ ଜଳେଶ୍ୱର ମେଡ଼ିକାଲରେ ଭିର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଯୋଗୁ ଏପରି ହୋଇଥିବା ପ୍ରାର୍ଥମିକ ସୂଚନାରୁ ଜଣାପଡ଼ିଛି। ସୂଚନା ଯୋଗ୍ୟ, ଗତ ୧୫ ତାରିଖରେ ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ଜଣଙ୍କର ବିବାହ ଥିଲା ଓ ଗୁରୁବାର ରାତିରେ ଭୋଜିର ଆୟୋଜନ...
ଭଦ୍ରକ : ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ନିକଟରେ ଗୁରୁବାର ଲିଚି ଓ ବିସ୍କୁଟ ବୋଝେଇ ହୋଇଥିବା ଏକ ଟାଟା ଏସି ଗାଡ଼ିରେ ନିଆଁ ଲାଗିଯାଇଛି। ରାସ୍ତାରେ ଯାଉଥିବା ସମୟରେ ହଠାତ ଏହି ଗାଡ଼ି ବ୍ୟାଟେରୀରୁ ନିଆଁ ଲାଗି ସମସ୍ତ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଗାଡ଼ିର ଚାଳକ ଘଟଣାସ୍ଥଳରୁ ଫେରାର...
ପୁରୀ : ପୂର୍ବ ଘୋଷଣା ଅନୁଯାୟୀ ପୁରୀରୁ ଯାତାୟତ ସମସ୍ତ ଟ୍ରେନ ଚଳାଚଳକୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସ୍ୱଭାବିକ କରାଯାଇଛି। ସମସ୍ତ ଏକ୍ସପ୍ରେସ, ମେମୁ, ପାସେଞ୍ଜର ଟ୍ରେନ ଚଳାଚଳ ସୋମବାର ସ୍ୱଭାବିକ ହୋଇଛି। ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ଼ ଫନି ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମେ ପହିଲାରୁ ରେଳ ବିଭାଗ ପକ୍ଷରୁ ପୁରୀରୁ ଚଳାଚଳ ହେଉଥିବା...
ଜଗତସିଂହପୁର : ବାତ୍ୟା ‘ଫନି’କୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ଜଗତସିଂହପୁର ଜିଲାର କନ୍ଦରପୁରକୁ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ତୁରନ୍ତ ବିଦ୍ୟୁତ ସଂଯୋଗ ଦେବାକୁ ଗ୍ରାମବାସୀ ଦାବି କରି ସ୍ଥାନୀୟଲୋକ ସୋମବାର ତରିକୁନ୍ଦ ବଜାର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶହଶହ ଗାଡ଼ି ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି।...
ସମ୍ବଲପୁର : ସମ୍ବଲପୁର ଓ ସୁନ୍ଦରଗଡ ପୁଲିସର ମିଳିତ ଚଢାଉରେ ବିପୁଳ ପରିମାଣରେ ବେଆଇନ ଔଷଧ ଜବତ ହୋଇଛି। ବେଆଇନ ଔଷଧ କାରବାର ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଚଢଉ ସମୟରେ ସେଠାରୁ ବେଆଇନ ଔଷଧ ସହ ଅନେକ ପରିମାଣର ନିଶା ଔଷଧ ଏବଂ ଇଞ୍ଜେକସନ, କଫସିରଫ ମଧ୍ୟ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି...
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ କ୍ଷୟକ୍ଷତିର ଆକଳନ ପାଇଁ ସୋମବାର ଠାରୁ କେନ୍ଦ୍ରୀୟ ଟିମ ସମୀକ୍ଷା ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ କେନ୍ଦ୍ରୀୟ ଟିମ କ୍ଷୟକ୍ଷତିର ଆକଳନ କରିବେ। ଏହି ଟିମରେ ବିଭିନ୍ନ ବିଭାଗର ଅଧିକାରୀ ରହିଛନ୍ତି। ସମୀକ୍ଷା ପୂର୍ବରୁ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଟିମ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ...
କଟକ : କଟକ ଜିଲା ତିଗିରିଆ ବ୍ଲକ ବିନ୍ଧାଣିମା ଗ୍ରାମର ‘ଫନି’ରେ ପ୍ରଭାବିତ ଲୋକଙ୍କୁ ବଣ୍ଟା ଯାଉଥିବା ରିଲିଫରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି। ସୂଚନା ଯୋଗ୍ୟ, ବାତ୍ୟା ବିପନ୍ନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ରିଲିଫ ବଣ୍ଟନରେ ଅନିୟମିତତାକୁ ନେଇ ଲୋକମାନେ ୬୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ନରସିଂହପୁର ଓ ଆଠଗଡ଼ ରାସ୍ତାରେ ଯାତାୟତ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी