Home Tags Naveen

Tag: naveen

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳତି ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱୁଟ୍‍ କରି ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦଶମ ବୋର୍ଡ଼ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସମସ୍ତଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କଟକ/ପାରାଦୀପ : କଟକର ନିଆଳି ଓ ପାରାଦୀପ ରାହାମାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ନବୀନ ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ବିଜେପି ମିଛ ଓ ଗଣ୍ଡାଗର୍ଦ୍ଦିରେ ବଢୁଛି । ଏଭଳି ଆଚରଣ ପାଇଁ ଲୋକେ ବିଜେପିକୁ ଜବାବ ଦେବେ। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।...
ସମ୍ବଲପୁର : କୁଚିଣ୍ଡା ସହରର ମୁକୁନ୍ଦି ଖେଳ ପଡ଼ିଆରେ ରବିବାର ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦବୋଧନ ଦେଇଛନ୍ତି। ସେ ନିଜର ଅଭିଭାଷଣରେ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି। କିନ୍ତୁ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ। ଆମ...
ବରଗଡ଼ : ମୁଁ ଆପଣମାନଙ୍କ ସହ ରହିଛି, ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କ ସେବା କରୁଥିବି ବୋଲି ମୁଖ୍ୟମନ୍ତ୍ରୀ ବରଗଡ଼ର ଅତାବିରା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ କହିଛନ୍ତି। ଜୟ ଜଗନ୍ନାଥ ଓ ଜୁହାର କହି ସେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ ନିଜ ଭାଷଣରେ କହିଛନ୍ତି, ଏମଏସପି ଦୁଇଗୁଣ କରାଯିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା, ଦୀର୍ଘ ଦିନ ଧରି...
ଭୁବନେଶ୍ୱର : ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ସୋମବାର ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ନିନ୍ଦା କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଘଟଣାକୁ ଗୁରୁତ୍ୱର ସହ ନେବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି। ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କମିଶନ ପୁଲିସକୁ ନିର୍ଦ୍ଦେଶ ଦିଅନ୍ତୁ। ଏହାସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ଭୁବନେଶ୍ବର: ସୋମବାର ଠାରୁ ଆରମ୍ଭ ହେଉଛି ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ। ୧୨ ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ସଂକ୍ଷିପ୍ତ ଅଧିବେଶନରେ ୨୦୧୯-୧୦ ଆର୍ଥିକବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ(ଲେଖାନୁଦାନ) ଉପସ୍ଥାପନ କରାଯିବ। ଅଧିବେଶନ ପାଇଁ ଶାସକ ଓ ବିରୋଧୀ ରଣନୀତି ଚୂଡ଼ାନ୍ତ କରିଛନ୍ତି। ଅଧିବେଶନର ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଦଳର...
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସୁରତ ଗସ୍ତରେ ଯାଉଥିବାବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିପକ୍ଷ ରାଜ୍ୟ ଗସ୍ତରେ ଯିବା ବିଷୟ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ସୁରଟ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ସେଠାରେ ଓଡ଼ିଶା ମହୋତ୍ସବରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିବାବେଳେ ଓଡ଼ିଶା ଆସୁଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପାଣୀ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ...
ଭୁବନେଶ୍ବର: ବିଧାନସଭା ନିର୍ବାଚନର ଫଳାଫଳରେ ଦେଶବାସୀଙ୍କ ମାନସିକତା ପ୍ରତିଫଳିତ ହୋଇଛି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ରଖିବା ଅବସରରେ ଶ୍ରୀ ପଟ୍ଟନାୟକ ତେଲଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ) ଏବଂ ମିଜୋ ନେସନାଲ ଫ୍ରଣ୍ଟ(ଏମଏନଏଫ)କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ଏହିସବୁ ରାଜ୍ୟଗୁଡ଼ିକ ମୁଖ୍ୟତଃ କୃଷି ପ୍ରଧାନ ରାଜ୍ୟ। ଏସବୁ ରାଜ୍ୟର ବିକାଶ ପାଇଁ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी