Home Tags Murder

Tag: murder

ବଲାଙ୍ଗୀର : ପରକୀୟା ପ୍ରୀତି ଯୋଗୁଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି। ବଲାଙ୍ଗୀର ଜିଲା ଇଚ୍ଛାପଡା ସମଲେଖ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ, ମହିଳା ଜଣକ କାଲି ଜଣେ ବ୍ୟକ୍ତିଙ୍କ ସହ ଘରୁ ପଳାଇ ଆସିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ବ୍ୟକ୍ତି ଜଣକ ମହିଳାଙ୍କୁ ହତ୍ୟା...
କୁଚିଣ୍ଡା : ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅନ୍ତର୍ଗତ କିସାନପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ କେନ୍ଦ୍ର କରି ବ୍ୟକ୍ତି ଜଣକ ନିଜ ଭାଉଜକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ରାୟଗଡା : ରାୟଗଡା ଜିଲାରେ ୩ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣା ଗୁଣପୁର ଉପଖଣ୍ଡ ରାମନାଗୁଡା ବ୍ଲକ ଅନ୍ତର୍ଗତ ଉକୁମ୍ବା ଠାରେ ହୋଇଛି। ତେବେ ଗୁଣିଗାରେଡିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାପଡିଛି।
ଯାଜପୁର : ଯୁବତୀଙ୍କୁ ହାଣିବା ପରେ ନିଜକୁ ଜଣେ ଯୁବକ ହାଣି ଦେଇଛି। ଏପରି ଘଟଣା ଯାଜପୁର ଜିଲା ନିକଟରେ ଘଟିଛି। ତେବେ ଏକ ତରଫା ପ୍ରେମକୁ ନେଇ ଯୁବକ ଜଣକ ଯୁବତୀଙ୍କୁ ଭୁଜାଲିରେ ହାଣି ଦେଇଥିବା କୁହାଯାଉଛି। ଯୁବତୀଙ୍କୁ ମନ୍ଦିର ନିକଟକୁ ଡାକି ଯୁବକ ଏପରି କାଣ୍ଡ କରିଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଅବସ୍ଥାରେ ଆକ୍ରମଣକାରୀ ଯୁବକକୁ ଧର୍ମଶାଳା...
ଖୋର୍ଦ୍ଧା: ଜଟଣୀ ଥାନା ଅନ୍ତର୍ଗତ ବିକାଶନଗରରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ପଡୋଶୀ ଛୁରି ଭୁସି ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ହେଲା ରାକେଶ ତ୍ରିପାଠୀ । ହତ୍ୟା କରିବା ପରେ ଅଭିଯୁକ୍ତ ପଡୋଶୀ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ଜୟପୁର : ଘରୋଇ ବିବାଦକୁ କେନ୍ଦ୍ର କରି ବୋହୂ ଶ୍ବଶୁରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘର ମଧ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ପଡି ରହିଥିବା ଦେଖି ଗ୍ରାମବାସୀ ପୁଲିସ ଖବର କରିଥିଲେ । ଘଟଣାସ୍ଥଳରେ ଆମ୍ବାଗୁଡ଼ା ଫାଣ୍ଡି ପୁଲିସକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପରେ ବୋହୂ ଫେରାର ହୋଇଯାଇଛି । ମୃତକ ହେଲେ ଚକ୍ର ଜାନି (୫୦) ଓ...
ରାଇରଙ୍ଗପୁର : ସ୍ବାମୀ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏପରି ଘଟଣା ରାଇରଙ୍ଗପୁରର ବହଳଦା ଥାନା କାଙ୍କି ଗ୍ରାମରେ ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଥିବାର ଜଣାପଡିଛି। ଘରୋଇ କଳହରୁ ରାଗି ଯାଇ ସ୍ବାମୀ ଏପରି କରିଥିବା ସୂଚନା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ କରୁଛି।
ଖୋର୍ଦ୍ଧା : ଖୋର୍ଦ୍ଧା ବେଗୁନିଆ ଥାନା ଦେଉଳି ଗାଁ ମଝିରେ ବାଇକରେ ଯାଉଥିବା ବେଳେ ଯୁବକଙ୍କୁ ହାଣି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି ଦେଉଳି ଗାଁର ଚିନ୍ମୟ ସାହୁ। ଗାଁ ମଝିରେ ଯାଉଥିବା ସମୟରେ ହଠାତ ଦୁର୍ବୃତ୍ତ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ସନ୍ଦେହରେ ଜଣେ ଆକ୍ରମଣକାରୀଙ୍କ ଘରକୁ ଉତ୍ତ୍ୟକ୍ତ ଲୋକେ ଜାଳିଦେଇଥିବା ସୂଚନା ମିଳିଛି।
ଗଞ୍ଜାମ  : ଗଞ୍ଜାମ ଜିଲା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ସ୍ୱାମୀ ହେଲେ ବାବୁଲା ସେନାପତି । ସୂଚନା ଅନୁଯାୟୀ, ସକାଳ ସମୟରେ ଘର ଭିତରେ ବାବୁଲା ନିଜ ସ୍ତ୍ରୀଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ...
ଆସିକା : ଆନ୍ଧ୍ର ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଆନ୍ଧ୍ର ବ୍ୟାଙ୍କ ମୁଣ୍ଡମରାଇ ବ୍ରାଞ୍ଚ କ୍ୟାସିୟର ବିନାୟକ ବେହେରା। ପରକୀୟା ପ୍ରୀତିକୁ ନେଇ କିଛି ଲୋକେ ତାଙ୍କୁ ପିଟିପିଟି ମାରିଥିବା ସୂଚନା ମିଳିଛି।

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी