Home Tags Mao

Tag: mao

କନ୍ଧମାଳ : କନ୍ଧମାଳ ଜିଲାର ବାଲିଗୁଡ଼ା-ଦାରିଙ୍ଗିବାଡ଼ି ୫୯ ନମ୍ବର ଜାତୀୟ ରାଜପଥ କାନ୍ଦିବାନ୍ଦା ଗାଁ ନିକଟରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓବାଦୀ ଓଡ଼ିଶା ଶାଖା ବାଘୁନା ଡ଼ିଭିଜିନାଲ କମିଟି ପକ୍ଷରୁ ଏହି ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗାଯାଇଥିବା ଜଣାପଡ଼ିଛି। ଏହି ବ୍ୟାନରରେ ଲୋକଙ୍କୁ ଭୋଟ ବର୍ଜନ କରିବା ସହ ବିପ୍ଲବୀ ଗଣ କମିଟି ପ୍ରତିଷ୍ଠା କରିବାକୁ ଆହ୍ବାନ ଦିଆଯାଇଛି । ଏହା ସହ ଜଣେ...
ପାଟଣାଗଡ଼ : ଖପ୍ରଖୋଲ ଗନ୍ଧମାର୍ଦ୍ଦନ ପର୍ବତରେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡ଼ିଛି। କମ୍ବିଂ ଅପରେସନ ବେଳେ ସିଆରପିଏଫ ଜବାନଙ୍କ ଦ୍ୱାରା ଏହି ମାଓ କ୍ୟାମ୍ପ ଠାବ ହୋଇଛି। ସୂଚନା ଅନୁଯାୟୀ, ମାଓ କ୍ୟାମ୍ପରୁ ବିପୁଳ ମାଓ ସାମଗ୍ରୀ ମଧ୍ୟ ଯବାନମାନେ ଜବତ କରିଛନ୍ତି।
ନୂଆପଡ଼ା : ବୋଡ଼େନ ଥାନା କାଟଫାର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡ଼ିଛି। ଏସଓଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। କ୍ୟାମ୍ପରୁ ୫ଟି ଟିଫିନ ବୋମା ସହ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।
ମାଲକାନଗିରି : ଏସାର ପାଇପ ଲାଇନକୁ ମାଓବାଦୀମାନେ ବିସ୍ଫୋରଣ କରିଛନ୍ତି। ଛତିଶଗଡ଼ର ବଇଲାଡ଼ିଲାରୁ ଆନ୍ଧ୍ରର ବିଶାଖାପାଟଣାକୁ ଏହି ପାଇପଲାଇନ ଯୋଗେ ଲୁହାପଥର ଯାଉଥିବାବେଳେ ରାଲେଗାଡ଼ା ପଞ୍ଚାୟତ ଡ଼ିକ ଜାନବାଇଠାରେ ବିସ୍ଫୋରଣ ଯୋଗୁଁ ଖଣିଜ ପଦାର୍ଥ ରପ୍ତାନି ଅଟକିଯାଇଛି। ଫଳରେ ୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା କମ୍ପାନୀର ଆକଳନ କରିଛି। ଆସନ୍ତା ୨୫ ତାରିଖ ଠାରୁ କେନ୍ଦ୍ର ସରକାରଙ୍କ ଅପରେସନ ‘ଦମନ’କୁ ବିରୋଧ କରି ମାଓବାଦୀମାନେ ଏଭଳି କାଣ୍ଡ...
ମାଲକାନଗିରି : ମାଲକାନଗିରି ଏସ୍.ପି. ଜଗମୋହନ ମୀନାଙ୍କ ନିକଟରେ ମହିଳା ମାଓବାଦୀ ମାଢି ଓରଫ ଶାନ୍ତି ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି।  କାଲିମେଳା ବ୍ଲକ ଚିନ୍ତାଲବାଡା ପଞ୍ଚାୟତ ଅନ୍ତର୍ଗତ କସୁଲକୋଣ୍ଡା ଗ୍ରାମ ନିବାସୀ ଶାନ୍ତି  ୨୦୧୨ ରେ ମାଓ ସଂଗଠନରେ ସାମିଲ ହୋଇ  ଆନ୍ଧ୍ର-ଓଡିଶା ବର୍ଡର ଜୋନ ଅନ୍ତର୍ଗତ କାଲିମେଳା ଟିମରେ କାମ କରୁଥିଲେ।  ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ଥିବା ଅଭି‌ଯୋଗ ହୋଇଥିଲା। ତାଙ୍କ ନାମରେ...
କନ୍ଧମାଳ : ସଦରଥାନା ପାତିଆମ୍ବା ଗାଁରେ ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ଦେଖାଯାଇଛି। ମାଓବାଦୀମାନେ ପୁଲିସ ଇନଫର୍ମର ସନ୍ଦେହରେ ଜଗୁଆଳୀ ରବୀନ୍ଦ୍ର ମଲ୍ଲିକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ରାସ୍ତାକାମରେ ନିୟୋଜିତ ଗୋଟିଏ ରୋଲର, ୩ଟି ଟ୍ରାକ୍ଟର ସହ ୫ଟି ଗାଡ଼ିକୁ ଜାଳିଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସିପିଆଇ ମାଓବାଦୀ କେକେବିଏନର ପୋଷ୍ଟର ମଧ୍ୟ ଠାବ ହୋଇଛି। ପୋଷ୍ଟରରେ ଗତବର୍ଷ ସେହି ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରକୁ ମାଓବାଦୀଙ୍କ ବିରୋଧ ବିଷୟରେ ଉଲ୍ଲେଖ ରହିଛି।...
ଭୁବନେଶ୍ବର: ଦିନ ଥିଲା ରାଜ୍ୟ ପୁଲିସ ଓ ପ୍ରଶାସନକୁ ନାକେଦମ କରି ପକାଉଥିଲେ। ହେଲେ ଆଜି ସମୟ ବଦଳିଛି। ଏବେ ସରକାର କେବଳ ସେମାନଙ୍କୁ ସମ୍ମାନର ସହିତ ବଞ୍ଚିବା ଲାଗି ମୁଖ୍ୟ​‌େସ୍ରାତରେ ସାମିଲ କରିଛନ୍ତି ତାହା ନୁହେଁ, ସେମାନଙ୍କୁ ଦୁନିଆ ସମ୍ପର୍କରେ ଜଣାଇବା ଏବଂ ଜାଣିବା ଲାଗି ରାଜ୍ୟ ପୁଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ୨ ବର୍ଷ ମଧ୍ୟରେ ଆତ୍ମସମର୍ପଣ କରିଥିବା ଶତାଧିକ ମାଓବାଦୀଙ୍କ ମଧ୍ୟରୁ...
ମାଲକାନଗିରି : ରବିବାର ଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ। ଏହି କାରଣରୁ କୋରାପୁଟ ଓ ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ନକ୍ସଲମାନେ ପୋଷ୍ଟର ଲଗାଇବା ସହ ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ପିଏଲଜିଏ ସପ୍ତାହକୁ ନଜରରେ ରଖି କୋରାପୁଟ, ମାଲକାନଗିରି , ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମାରେ ପୁଲିସ ପକ୍ଷରୁ ବ୍ୟାପକ...
ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବୋକା ବନେଇବାକୁ ମାଓବାଦୀମାନେ ଏକ ଅଭିନବ ଉପାୟ ଅାପଣାଇଛନ୍ତି । ମାଓବାଦୀର ରୂପରେ କଣ୍ଢେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଆକ୍ରମଣାତ୍ମକ ଢଙ୍ଗରେ ଜଗି ରହିଛନ୍ତି । ଯାହାକୁ ସୁରକ୍ଷାକର୍ମୀ ମାଓବାଦୀ ଭାବି ଗୁଳି ଚଳାଇବେ ଏବଂ ଏହାର ସୁଯୋଗ ନେଇ ଅସଲ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିବେ । ହେଲେ ମାଓବାଦୀଙ୍କ ଏଭଳି ଏକ ନାଟକୀୟ ଢଙ୍ଗର ଆକ୍ରମଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛି...
ମାଲକାନାଗିରି: ମାଲକାନାଗିରି ସୀମାନ୍ତ ଛତିଶଗଡ ଦାନ୍ତେୱାଡା-ସୁକୁମା ଜିଲ୍ଲା ନିକଟରେ ଥିବା ମୂଲେର ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯବାନ ଗୁଳିରେ ଜଣେ ମାଓବାଦୀ ମୃତ ନିହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗୁରୁବାର ସକାଳେ ଯବାନମାନେ କମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀମାନେ ଗୁଳି ବର୍ଷଣ କରିଥିଲେ । ଯବାନମାନଙ୍କ ପାଲଟା ଆକ୍ରମଣରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ ସହ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी