Home Tags Loot

Tag: loot

ଭୁବନେଶ୍ୱର : ଦିନଦ୍ୱିପହରରେ ରାଜଧାନୀରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର ଥାନା ଶୈଳେଶ୍ରୀବିହାର ଫେଜ-୭ରେ ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି । ଦିନଦ୍ୱିପହରରେ ଦମ୍ପତିଙ୍କ ଠାରୁ ଲୁଟ ଉଦ୍ୟମ ଓ ପରେ ହତ୍ୟା ଧମକ ଦେଇ ଲୁଟେରାମାନେ ଫେରାର ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଏକ ଦମ୍ପତ୍ତି ମର୍ଣ୍ଣଂ ୱାକ ସାରି ଘରକୁ ଫେରୁଥିବା ବେଳେ ଦୁଇଟି ବାଇକରେ ୫ଜଣ...
ଫୁଲବାଣୀ : ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଫୁଲବାଣୀ ମେଡିକାଲ ଛକ ନିକଟରେ ଘଟିଛି। କର୍ମଚାରୀ ଜଣକ ଟଙ୍କା ଉଠାଇ ନେଇ ଫେରୁଥିଲେ। ସେହି ସମୟରେ ଦୁଇଟି ବାଇକରେ ଲୁଟେରା ଆସି ତାଙ୍କୁ ଧକ୍କା ମାରି ଟଙ୍କା ନେଇ ପଳାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି।
ସୋର : ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଡ଼ାକ୍ତରଖାନା ନିକଟରେ ଥିବା ଜଣଙ୍କ ଘରେ ପଶି ଟଙ୍କା ଓ ସୁନା ଲୁଟ କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୁହଁରେ କଳା କପଡ଼ା ବାନ୍ଧି ବନ୍ଧୁକ ଭୁଜାଲି ଦେଖାଇ ୭୦ ହଜାର ଟଙ୍କା, ସୁନାଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟେରାଙ୍କ ଆକ୍ରମଣରେ ଘର ମାଲିକଙ୍କର ତିନିଟି ଆଙ୍ଗୁଠି...
ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗାଁର ଧବଳେଶ୍ୱର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଧବଳେଶ୍ୱର ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ମା’ପାର୍ବତୀଙ୍କ ସୁନା ଚେନ ଓ ରୂପା ମୁକୁଟ ଚୋରି କରିବା ସହ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ କରିଛନ୍ତି। ସେହିପରି ଦୁର୍ଗା ମନ୍ଦିରରୁ...
ଖୋର୍ଦ୍ଧା : ତୋଟାପଡା ଛକରୁ ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ଛଡାଇ ନେଇଛନ୍ତି। ଦୁର୍ବୃତ୍ତମାନେ ପଲସର ଗାଡିରେ ଆସି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଟଙ୍କା ଛଡାଇ ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ସରକାରୀ କର୍ମଚାରୀ ଜଣକ ବ୍ୟାଙ୍କରୁ ଅବସର ବାବଦ ଟଙ୍କା ନେଇ ଫେରୁଥିଲେ। ସେହି ସମୟରେ ୩ଜଣ ଦୁର୍ବୃତ୍ତ ଗାଡିରେ ଆସି ତାଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲେ। ଏ ନେଇ ଖୋର୍ଦ୍ଧା ଟାଉନ...
ଭୁବନେଶ୍ବର : କାନନବିହାରରେ ଜଣଙ୍କ ଘରୁ ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଲୁଟେରାମାନେ ଘରେ ପଶି ପରିବାର ସଦସ୍ୟଙ୍କୁ ଭୟଭୀତ କରି ସେମାନଙ୍କ ହାତଗୋଡ ବାନ୍ଧି ପକାଇଥିଲେ। ତାପରେ ଲୁଟେରାମାନେ ଘରୁ ୨୫୦ ଗ୍ରାମର ସୁନା ଅଳଙ୍କାର ଲୁଟ କରି ନେଇଛନ୍ତି। ଏହାସହ ସେମାନେ ଘରର କିଛି ଦାମୀ ଆସବାବପତ୍ର ନେଇ ଯାଇଥିବା କୁହାଯାଉଛି। ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ...
ବାଲେଶ୍ୱର :  ତାଳପଦା ବଜାରରେ ଥିବା ଟାଟା ଇଣ୍ଡିକାସ ଏଟିଏମରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ନେଇ ଏହି ଲୁଟ କରିଥିବା ଜଣାପଡ଼ିଛି। କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନି ବୋଲି ସୂଚନା ମିଳିଛି।
ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଥାନା ଖାସ୍ତା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ପରିଚୟ ଦେଇ ବିଧବା ମହିଳାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ଦୁର୍ବୃତ୍ତ ୭ ଭରି ସୁନା ଅଳଙ୍କାର ଲୁଟ କରିଥିବା ମହିଳା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଅଳ୍ପ ଦୂରରେ ଚୋର ଥିବା କହି ସତର୍କ କରାଇବା ବାହାନାରେ ଦୁର୍ବୃତ୍ତମାନେ ଏହି ଲୁଟ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ...
ବାଲେଶ୍ୱର : ପୁଲିସ ପରିଚୟ ଦେଇ ଜଣେ କର୍ମଜୀବୀ ମହିଳାଙ୍କଠାରୁ ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ସୋର କୋର୍ଟ ଛକ ନିକଟରେ ଘଟିଛି । ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର ଡାକ୍ତରଖାନାର ମହିଳା ସ୍ବସ୍ଥ୍ୟକର୍ମୀ ସବିତାମଣୀ ଜେନା ଅଫିସ ଯିବା ବେଳେ କୋର୍ଟ ଛକ ନିକଟରେ କଳା ବାଇକରେ ଦୁଇ ଅଚିହ୍ନା ଯୁବକ ଆସି ତାଙ୍କୁ ଅଟକାଇ ଥିଲେ ।...
କାମାକ୍ଷାନଗର : ଢେଙ୍କାନାଳ ଜିଲା ତୁମୁଶିଙ୍ଗା ଥାନା ଅଞ୍ଚଳ ପଣ୍ଡୁଆ ଛକରେ ଶନିବାର ବିଳମ୍ବିତ ରାତିରେ ଜଣେ ସେସୁ କର୍ମଚାରୀଙ୍କ ଘରେ ସଶସ୍ତ୍ର ଡ଼କାୟତି ହୋଇଥିବା ଅଭିଯୋଗ ହୋଇଛି। ଡ଼କାୟତମାନେ ନଗଦ ସାଢେ ୩ ଲକ୍ଷ ଟଙ୍କା ଓ ୧୩ ଭରି ସୁନା ଲୁଟ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସେସୁ କର୍ମଚାରୀଙ୍କ ଘରେ ଡ଼କାୟତମାନେ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିବା ସହ ମାରପିଟ କରିଥିଲେ। ଏହା...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी