Home Tags Hockey

Tag: Hockey

କଟକ: କେରଳର କୋଲ୍ଲମ୍ ସହରରେ ଚାଲିଥିବା ୯ମ ହକି ଇଣ୍ଡିଆ ଜାତୀୟ ଜୁନିୟର ମହିଳା ହକି ପ୍ରତିଯୋଗିତାରେ ଶନିବାର ଓଡ଼ିଶା ଦଳ ବିଜୟୀ ହୋଇଛି। ପୁଲ୍‌ ‘ଡି’ର ଏକ ମ୍ୟାଚ୍‌ରେ ବିହାରକୁ ୯-୦ ଗୋଲ୍‌ର ବିପୁଳ ବ୍ୟବଧାନରେ ଓଡ଼ିଶା ପରାସ୍ତ କରିଛି। ଓଡ଼ିଶା ପାଇଁ ଅବିନାଶା ମୁକ୍ତି ସୁରିନ୍ ୨୮, ୩୨ ଓ ୩୮ ମିିନିଟରେ ୩ଟି ଗୋଲ୍‌ଦେଇ ହାଟ୍ରିକ୍ ଅର୍ଜନ କରିଥିଲେ। ନେହା ଲାକ୍ରା ୬ ଓ...
ଭୁବନେଶ୍ୱର : ଜୁନିୟର ୧୯ ବର୍ଷରୁ କମ୍‍ ହକି ବିଶ୍ୱକପ ପ୍ରତିଯୋଗିତା ଏଣିକି ପ୍ରତି ଦୁଇ ବର୍ଷରେ ଥରେ ଖେଳାଯିବ। ହକିକୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ହକି -୫ ଏ ସାଇଡ୍‍ ହକି ପ୍ରତିଯୋଗିତା ଆୟୋଜନ କରିବା ନେଇ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‍) ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶନିବାର ଏଫଆଇଏଚ୍‍ର ନୂତନ ଯୋଜନା ସମ୍ପର୍କିତ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଫଆଇଏଚ୍‍ ସିଇଓ ଥିଏରୀ ୱେଲ୍ସ...
ଭୁବନେଶ୍ୱର : ଓଡ଼ିଶା ହକି ଖେଳାଳିମାନଙ୍କ ଜୀବନ ଗୌରବ ଗାଥାକୁ ନେଇ କ୍ରୀଡ଼ା ସାମ୍ବାଦିକ ସତେନ୍ଦ୍ର ପାଲ ସିଂହଙ୍କ ଦ୍ୱାରା ରଚିତ ପୁସ୍ତକ ହକି ହୈ ଜିନ୍ଦଗୀ (ହକି ହେଉଛି ଜୀବନ) ପୁସ୍ତକ ଲୋକାର୍ପିତ ହୋଇଯାଇଛି। ନ୍ୟାସନାଲ ୟୁଥ୍‍ କୋଅପରେଟିଭ୍‍ ସୋସାଇଟି (ଏନ୍‍ୱାଇସିଏସ୍‍) ଦ୍ୱାରା ଶୁକ୍ରବାର ହୋଟେଲ କ୍ରାଉନ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଲିମ୍ପିଆନ ଲାଜରୁସ୍‍ ବାର୍ଲା, ଭାରତୀୟ...
ଭୁବନେଶ୍ବର: ଚଳିତ ପୁରୁଷ ହକି ବିଶ୍ୱକପରେ ଏଥିମଧ୍ୟରେ ଲିଗ୍‍, କ୍ରସ ଓଭର ଓ କ୍ୱାର୍ଟର ଫାଇନାଲ ସହ ୩୨ଟି ମ୍ୟାଚ ଶେଷ ହୋଇଛି। ଗୋଲ ସ୍କୋରିଂ ମାମଲାରେ ଅଷ୍ଟ୍ରେଲିଆର ବିଶ୍ୱବିଖ୍ୟାତ ପେନାଲ୍ଟି ସ୍ପେସାଲିଷ୍ଟ ବ୍ଲେକ ଗୋଭର୍ସ ଓ ଆର୍ଜେଣ୍ଟିନାର ଗୋଞ୍ଜାଲୋ ପିଲାଟ୍‍ ୬ଟି ଲେଖାଏଁ ଗୋଲ ଦେଇ ମିଳିତ ଭାବେ ଶୀର୍ଷରେ ରହିଛନ୍ତି। ପିଲାଟ୍‍ ସ୍ପେନ, ନ୍ୟୁଜିଲାଣ୍ଡ ଓ ଜର୍ମାନୀ ବିପକ୍ଷରେ ଦୁଇଟି ଲେଖାଏଁ ଗୋଲ ଦେଇଛନ୍ତି। ସେହିପରି...
ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପରେ ଟାଇଟଲ ଦୌଡ଼ରେ ଆଉ ୪ଟି ଦଳ ରହିଛନ୍ତି। ଏହି ୪ଟି ଦଳଙ୍କୁ ନେଇ ୨ଟି ସେମିଫାଇନାଲ ମ୍ୟାଚ୍‍ ଶନିବାର କଳିଙ୍ଗ ଷ୍ଟାଡିୟମ୍‍ରେ ଖେଳାଯିବ। ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଓ ବେଲ୍‍ଜିୟମ ମଧ୍ୟରେ ମୁକାବିଲା ହେବ। ୨ୟ ସେମିଫାଇନାଲରେ ଗତଥରର ଚମ୍ପିଆନ ତଥା ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ ଓ ୩ ଥର ଚମ୍ପିଆନ ନେଦରଲାଣ୍ଡସ୍‍ ମଧ୍ୟରେ ମୁକାବିଲା ହେବ। ୬ଷ୍ଠ ଥର...
ଭୁବନେଶ୍ବର : ହକି ବିଶ୍ବକପ ପାଇଁ ଭୁବନେଶ୍ବର ଚଳଚଞ୍ଚଳ ହୋଇ ଉଠିଛି। ରାଜଧାନୀ ଭୁବନେଶ୍ବରକୁ ବିଭିନ୍ନ ବିଦେଶୀ ହକି ଦଳଙ୍କର ଆଗମନ ହେବାରେ ଲାଗିଛି। ନଭେମ୍ବର ୨୮ତାରିଖରେ ରାଜଧାନୀ ଭୁବନେଶ୍ବରରେ ହକି ବିଶ୍ବକପ ଆରମ୍ଭ ହେବ। ସେଥିପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଭୁବନେଶ୍ବରର ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ...
ଝାରସୁଗୁଡା : ଝାରସୁଗୁଡାରେ ବିଶ୍ୱକପ୍‍ ହକି ମାସ୍କଟ “ଓଲି” ପହଞ୍ଚିଛି। “ଓଲି” ଝାରସୁଗୁଡାରେ ପହଞ୍ଚିବା ପରେ ଏକ ରଙ୍ଗାରଙ୍ଗ ଶୋଭାଯାତ୍ରାରେ ଶାନ୍ତି ଭବନରୁ ବାହାରି ବେହେରାମଲ ଦେଇ ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ଝାରସୁଗୁଡା ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଖେଳାଳି ସାମିଲ ହୋଇଥିଲେ। ଏହି ହକି ବିଶ୍ୱକପ୍‍ ଭୁବନେଶ୍ୱର କଳିଙ୍ଗ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी