Home Tags Heroin

Tag: heroin

ଭୁବନେଶ୍ବର : ରାଜ୍ୟର ଦୁଇଟି ସ୍ଥାନରୁ ବୁଧବାର ଦିନ ବ୍ରାଉନସୁଗାର ଜବତ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବୃଦ୍ଧି ପାଇବାକୁ ଲାଗିଛି। କିଛି ଦିନର ବ୍ୟବଧାନରେ ଭୁବନେଶ୍ବରର ହଳଦିପଡିଆ ବସ୍ତିରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ବୁଧବାର ଦିନ ଅବକାରୀ ବିଭାଗ ଚଢାଉ କରି ୪୫ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ ମଧ୍ୟ କରିଛି। ତେବେ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ...
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ହଳଦିପଡିଆ ବସ୍ତିରୁ ପୁଣି ବ୍ରାଉନସୁଗାର ଜବତ କରାଯାଇଛି। ପୁଲିସ, ଅବକାରୀ ଫ୍ଲାଇଂ ସ୍କ୍ବାଡ ବିଭାଗ ବୁଧବାର ସକାଳେ ଚଢାଉ କରି ୨୦ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି। ଏଥିସହ ଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି। ଜବତ ବ୍ରାଉନସୁଗାରର ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
ଭୁବନେଶ୍ବର : ପୁଣି ରାଜଧାନୀରୁ ବ୍ରାଉନସୁଗର ଜବତ ହୋଇଛି। ସହିଦ ନଗର ପୁଲିସ ୩୨ଗ୍ରାମର ବ୍ରାଉନସୁଗର ଜବତ କରିଛି। ଅଭିଯୁକ୍ତଙ୍କ ନିକଟରୁ ବନ୍ଧୁକ ଓ ଗୁଳି ପୁଲିସ ଜବତ କରିଛି। ଏଥିରେ ୪ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱରରୁ ରବିବାର ଭୋର ସମୟରେ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡ଼ିଛି। ଜଳେଶ୍ୱରରୁ ଅବକାରୀ ବିଭାଗ ଚଢାଉ କରି ୧୨୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ  ଅବକାରୀ  ବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ କାରରେ ଏହି ବ୍ରାଉନ ସୁଗାର ଭୁବନେଶ୍ୱରକୁ ଆସୁଥିବା...
ଭୁବନେଶ୍ବର : ରାଜଧାନୀରେ ପୁଣି ବ୍ରାଉନସୁଗର ଜବତ ହୋଇଛି। ଜଣେ ଇଂଜିନିୟରିଂ ଛାତ୍ରଙ୍କ ଠାରୁ ଅବକାରୀ ବିଭାଗ ବ୍ରାଉନସୁଗର ଜବତ କରିଛି। ଛାତ୍ରଙ୍କ ଠାରୁ ୮୩ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ପ୍ରାୟ ୮ଲକ୍ଷ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଭୁବନେଶ୍ବରର ସାଲିଆ ସାହିରୁ ଅବକାରୀ ବିଭାଗ ଏହି ବ୍ରାଉନସୁଗର ଜବତ କରିଛି।  
ଭୁବନେଶ୍ୱର : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ୧୦୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଜବତ କରାଯାଇଥିବା ବ୍ରାଉନସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରାଉନସୁଗାର ଜବତ କରିବା ସହ ଜଣେ ନିଶା ବେପାରୀକୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଛି। ଲକ୍ଷ୍ମୀସାଗର ଛକରେ ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ବିଭାଗ ଜବତ କରିଛି ବୋଲି ସୂଚନା ମିଳିଛି।
ଭୁବନେଶ୍ୱର : ଖଣ୍ଡଗିରି ବାରି ଅଞ୍ଚଳରୁ ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅବକାରୀ ବିଭାଗ ପ୍ରାୟ ୨୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ସମ୍ପୃକ୍ତ ଘଟଣାରେ ଜଣେ ମହିଳା ଗିରଫ ହେବା ସହ ୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।
ରାୟଗଡା : ରାୟଗଡା ରେଳ ଷ୍ଟେସନରୁ ୧୯ କେଜି ୩୦୦ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ଗଞ୍ଜେଇ ଚାଲାଣକାରୀ ପ୍ରଶାନ୍ତ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ରେଳବାଇ ସୁରକ୍ଷା ବଳ କର୍ମଚାରୀ ଏବଂ ଜିଆରପି ପୁଲିସ ଷ୍ଟେସନରେ ପଇଁତରା ମାରୁଥିବା ବେଳେ ଦ୍ବିତୀୟ ଶ୍ରେଣୀର ଅପେକ୍ଷା କକ୍ଷରେ ଦୁଇଟି ବ୍ୟାଗ ପଡିଥିବା ଦେଖିବାକୁ ପାଇଥିଲେ। ବ୍ୟାଗରୁ ଗଞ୍ଜେଇର ଗନ୍ଧ ବାହାରୁଥିବା ବେଳେ ନିକଟରେ ଅଭିଯୁକ୍ତ...
ଭୁବନେଶ୍ବର : ରାଜଧାନୀରୁ ପୁଣି ବ୍ରାଉନସୁଗର ଜବତ ହୋଇଛି। ଶୁକ୍ରବାର ସକାଳେ ଭୁବନେଶ୍ବରର ଚିନ୍ତାମଣିଶ୍ବର ଓ ହଳଦୀପଡିଆ ବସ୍ତିରେ ଅବକାରୀ ବିଭାଗ ଚଢାଉ କରି ବ୍ରାଉନସୁଗର ଜବତ କରିଛନ୍ତି। ଜବତ ବ୍ରାଉନସୁଗରର ଓଜନ ପ୍ରାୟ ୩୫୦ଗ୍ରାମ ହେବ ବୋଲି ସୂଚନା ମିଳିଛି। ତାର ଆନୁମାନିକ ମୂଲ୍ୟ ପ୍ରାୟ ୩୮ଲକ୍ଷ ହେବ। ଏଥିରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ଜଣ ମହିଳା ଥିବା ଜଣାପଡିଛି। ସେମାନେ ଜଳେଶ୍ବରରୁ ବ୍ରାଉନସୁଗର...
କଟକ : କଟକ ବାଦାମବାଡ଼ିରୁ ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବ୍ରାଉନସୁଗାରର ଓଜନ ୬୫ ଗ୍ରାମ। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି।  

ବହୁ ଚର୍ଚ୍ଚିତ ଖବର

Thursday, May 23, 2019
ଓଡ଼ିଆ | English | हिंदी